ଦିଲ୍ଲୀ କେପିଟାଲସ୍ ଜାରି କରିଥିବା ନୂଆଁ ଖେଳାଳି ମାନଙ୍କର ସାଲେରି ସ୍ଲିପ୍ ରେ ପନ୍ତ ଙ୍କୁ ଝଟକା, କ୍ଲିକ୍ କରି ଦେଖନ୍ତୁ

କିଙ୍ଗସ ଇଲେଭେନ ପଞ୍ଜାବ ର ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ଓ ରାଜସ୍ଥାନ ରୟାଲସ ର ଅଧିନାୟକ ଅଜିଙ୍କ୍ୟ ରହାଣେ ଙ୍କୁ ନିଜ ସହିତ ଯୋଡିଥିବା ଦିଲ୍ଲୀ କ୍ୟାପିଟାଲ ର ନଜର ଏବେ IPL ସୀଜନ 2020ରେ ଭଲ ପ୍ରଦର୍ଶନ କରି ଟ୍ରଫି ଜିତିବା ଉପରେ ରହିବ । ଦିଲ୍ଲୀ କ୍ୟାପିଟାଲ ଭାରତୀୟ କ୍ରିକେଟର ଆର.ଅଶ୍ୱିନ ଓ ଅଜିଙ୍କ୍ୟ ରହାଣେ କୁ ରିଟେନ ଲିଷ୍ଟ ରେ ସାମିଲ କରି ଟ୍ରେଡ଼ ଵିଡୋ ରେ ହଲଚଲ ସୃଷ୍ଟି କରିଦେଇଥିଲା ।

ଦିଲ୍ଲୀ କ୍ୟାପିଟାଲ 3ଜଣ ବିଦେଶୀ ଖେଳାଳି ଙ୍କୁ ନିଜ ପାଖରେ ରଖିଥିଲା, ତାଙ୍କ ନାମ ହେଉଛି ସାଉଥ ଆଫ୍ରିକା ର କଗିସୋ ରବାଡା, ୱେଷ୍ଟଇଣ୍ଡିଜ ର କୀମୋ ପାଁଲ ଓ ନେପାଲ ର ସନ୍ଦୀପ ଲମିଛାନେ । ଭାରତୀୟ କ୍ରିକେଟର ଙ୍କ ମଧ୍ୟରୁ ଦିଲ୍ଲୀ ନିଜ ପାଖରେ ଶିଖର ଧୱନ, ପୃଥ୍ଵୀ ସଁ, ଋଷଭ ପନ୍ତ, ଇଶାନ୍ତ ଶର୍ମା, ଶ୍ରେୟସ ଅୟର, ଅମିତ ମିଶ୍ରା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ ଓ ଅଜିଙ୍କ୍ୟ ରହାଣେ କୁ ରଖିଥିଲା । ଦିଲ୍ଲୀ ରହାଣେ ଓ ଅଶ୍ୱିନ କୁ ନିଲାମୀ ପୂର୍ବରୁ ନିଜ ଟିମରେ ଯୋଡ଼ିଛି ।

ଖେଳାଳି ଙ୍କୁ ରିଟେନ କରିବା ପରେ ଦିଲ୍ଲୀ କ୍ୟାପିଟାଲ ଖେଳାଳି ଙ୍କ ନୂଆ ସାଲେରୀ ଲିଷ୍ଟ ଜାରୀ କରିଦେଇଛି । ଏହି ଲିଷ୍ଟ ଅନୁସାରେ ସବୁଠୁ ବଡ ଝଟ୍କା ଋଷଭ ପନ୍ତ ଙ୍କୁ ଲାଗିଛି । ପୂର୍ବ ସୀଜନ ରେ ପନ୍ତ ଙ୍କୁ 15 କୋଟି ଟଙ୍କା ଦିଆଯାଇଥିଲା ବରଂ ଏହି ସୀଜନ ରେ ମାତ୍ର 8 କୋଟି ଟଙ୍କା ମିଳିଛି । ଏହାଛଡା ରବିଚନ୍ଦ୍ରନ ଅଶ୍ୱିନ ଙ୍କୁ 7.6 କୋଟି, ଶ୍ରେୟସ ଅୟର ଙ୍କୁ 7 କୋଟି, ଶିଖର ଧୱନ ଙ୍କୁ 5.2 କୋଟି, ଅକ୍ଷର ପଟେଲ ଙ୍କୁ 5 କୋଟି, କଗିସୋ ରବାଡା ଙ୍କୁ 4.2 କୋଟି ଟଙ୍କା ନେଉଛନ୍ତି ।

ଭାରତୀୟ ଟେଷ୍ଟ ଟିମର ଉପ-ଅଧିନାୟକ ରହାଣେ 140ଟି IPL ମ୍ୟାଚ ଖେଳିଛନ୍ତି ଓ ସେଥିରେ 32.93 ହାରରେ 3133 ରନ କରିଛନ୍ତି । ତାଙ୍କର ଉଚ୍ଚତମ ସ୍କୋର ନାବାଦ 105 ରନ ଅଟେ । ସେ IPL ରେ 2ଟି ଶତକ ଓ 27ଟି ଅର୍ଦ୍ଧଶତକ ମାରିଛନ୍ତି । ସେ ଖରାପ ରୁ ଖରାପ ପରିସ୍ଥିତି ରେ ରାଜସ୍ଥାନ ରୟାଲସ ର ଅଧିନାୟକତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବ ଅଧିବେଶନ ସେ ରାଜସ୍ଥାନ ପାଇଁ 14ଟି ମ୍ୟାଚ ଖେଳି 393 ରନ କରିଥିଲେ । ଅଶ୍ୱିନ 28ଟି ମ୍ୟାଚ ରେ ପଞ୍ଜାବ ର ଅଧିନାୟକ ଥିଲେ, ଯେଉଁଥିରୁ ସେ 12ଟି ମ୍ୟାଚ ଜିତିଛନ୍ତି ଓ 16ଟି ମ୍ୟାଚ ହାରିଛନ୍ତି ।

Leave a Reply