ପାକିସ୍ଥାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ସମୟରେ ଟେଷ୍ଟ ସିରିଜ ର ଦ୍ୱିତୀୟ ମ୍ୟାଚ ଚାଲିଥିବାବେଳେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ର ଓପନର ବ୍ୟାଟ୍ସମେନ ଡେବିଡ଼ ୱାର୍ନର ଭଲ ପ୍ରଦର୍ଶନ କରିଛନ୍ତି । ୱାର୍ନର ଏହି ସମୟରେ ନିଜ ଟେଷ୍ଟ କ୍ୟାରିୟର ର ପ୍ରଥମ ତ୍ରି-ଶତକ ମାରିଛନ୍ତି । ୱାର୍ନର ଏହି ମ୍ୟାଚରେ 418ଟି ବଲରେ 335 ରନର ପାଳି ଖେଳି ଅପାରଜିତା ଥିଲେ । ଏହି ପାଳିରେ ସେ 39ଟି ଚୌକା ଓ 1 ଛକ୍କା ମାରିଥିଲେ । ଏହା ପୂର୍ବରୁ ମଧ୍ୟ ସେ ଶତକ ମାରିଥିଲେ । ଏହି ଭଲ ପାଳି ଖେଳିବା ପରେ ୱାର୍ନର ଟେଷ୍ଟ ଚମ୍ପିୟାନସିପ ରେ ଗୋଲଡେନ ବ୍ୟାଟ ର ରେସ ରେ ନିଜକୁ ଶାମିଲ କରିଛନ୍ତି ।
ଡେବିଡ଼ ୱାର୍ନର ଙ୍କ ରେକର୍ଡ :- ଡେବିଡ଼ ୱାର୍ନର ଟେଷ୍ଟ ଚମ୍ପିୟାନସିପ ରେ 7ଟି ମ୍ୟାଚରେ 53.09 ହାରରେ 584 ରନ କରିଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟରୁ ଦୁଇଥର 100+ ସ୍କୋର ଆସିଛି ।
ରୋହିତ ଶର୍ମା ଙ୍କ ରେକର୍ଡ :- ଭାରତ ର ଓପନିଂ ବ୍ୟାଟ୍ସମେନ ରୋହିତ ଶର୍ମା ଟେଷ୍ଟ ଚମ୍ପିୟାନସିପ ରେ 5ଟି ମ୍ୟାଚରେ 92.66 ହାରରେ 556 ରନ କରିଛନ୍ତି ।
ଟପ-10 ବ୍ୟାଟ୍ସମେନ :-
ଏହି ଲିଷ୍ଟରେ ଅଷ୍ଟ୍ରେଲିଆ ର ସ୍ଟିବ ସ୍ମିଥ ବର୍ତମାନ ମଧ୍ୟ ଶୀର୍ଷରେ ଅଛନ୍ତି । ସ୍ମିଥ ବର୍ତମାନ ପର୍ଯ୍ୟନ୍ତ 90.44 ହାରରେ 814 ରନ କରିଛନ୍ତି । ତାଙ୍କ ପରେ ମାର୍ନସ ଲେବୁଶେନ ଙ୍କ ନମ୍ବର ଅଛି । ଭାରତ ର ଅଧିନାୟକ ବିରାଟ କୋହଲୀ 589 ରନ ସହିତ ଏହି ଲିଷ୍ଟରେ 5 ନମ୍ବର ରେ ଅଛନ୍ତି ।।