ନୂଆ ଦିଲ୍ଲୀ ର ଜନକପୁରୀ କ୍ଷେତ୍ରରେ ବାସକରୁଥିବା ନବବିବାହିତ ନୈସୀ (୨୧) ଙ୍କ ଶବ ରିଫାଇନାରୀ ପାଖରେ ଥିବା ବୁଦା ରୁ ମିଳିଥିଲା । ନୈସୀ ୧୧ ନଭେମ୍ବର ରୁ ନିଖୋଜ ଥିଲେ । ତାଙ୍କ ବାମ ପାର୍ଶ୍ୱ କାନରେ ଗୁଳି ବାଜିଥିଲା । ସମ୍ପର୍କୀୟ ମାନେ ହତ୍ୟାର ଅଭିଯୋଗ ସ୍ୱାମୀ, ତାର ଭାଇ ଏବଂ ସାଙ୍ଗ ମାନଙ୍କ ଉପରେ କରିଛନ୍ତି ।
ଏହି ଘଟଣା ରେ ଏବେ ନୈସୀ ର ସମ୍ପର୍କୀୟ ଭାଇ ଯାହା ଖୋଲିକି କହିଲେ, ତାହା ଆଶ୍ଚର୍ଯ୍ୟ ଏବଂ ଦୁଃଖ ଦେଲା ଭଳି କଥା ଥିଲା । ନୈସୀ ର ଭାଇ କହିଲେ ନୈସୀ ର ହତ୍ୟା ହେବାର ଦୁଇ ଦିନ ପୂର୍ବରୁ, ଅର୍ଥାତ ୯ ନଭେମ୍ବର ଦିନ ଦୁଇଜଣଙ୍କର କଥା ହୋଇଥିଲା ଓ ତେବେ ସେ କିଛି ଏମିତି କଥା କହିଥିଲା, ଯଦି ତା ଉପରେ ବିଶ୍ୱାସ କରିଥାଆନ୍ତେ, ତେବେ ନୈସୀ ଆଜି ବଞ୍ଚିଥାଆନ୍ତା ।
ସମ୍ପର୍କୀୟ ମାନେ କହିଲେ କି ଦୁଇଜଣ ଦୁଇ ବର୍ଷ ହେବ ଲିଭ-ଇନ-ରିଲେଶନସିପ ରେ ରହୁଥିଲେ । ଅଭିଯୋଗ ଅଛି କି ଡ୍ରଗ୍ସ ପାଇଁ ପଇସା ନ ଆଣିବାରୁ ନୈସୀ କୁ ତା ସ୍ୱାମୀ ହଇରାଣ କରୁଥିଲା । ଏହି କାରଣରୁ ତାକୁ ହତ୍ୟା କରି ଶବକୁ ରିଫାଇନାରୀ ପାଖରେ ଫୋପାଡ଼ିଦେଇଥିଲା । ମତଲୌଡା ଥାନା ପୋଲିସ ଶବର ପୋଷ୍ଟମର୍ଟମ କରି ଶବକୁ ସମ୍ପର୍କୀୟ ଙ୍କୁ ଦେଇ ଦେଇଥିଲା । ନୂଆ ଦିଲ୍ଲୀ ପୋଲିସ ଅଭିଯୁକ୍ତ ସ୍ୱାମୀ, ତାର ଭାଇ ଓ ଜଣେ ସାଙ୍ଗକୁ ଗିରଫ କରିଛି ।