ମୁସ୍‌ଫିକର ରହିମ ଙ୍କ ବଡ ବୟାନ କହିଲେ ଦିଲ୍ଲୀର ପ୍ରଦୂଷଣ ଠାରୁ ଅଧିକ ଭାରତୀୟ ଦଳର…

ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ବାଂଲାଦେଶ ୩ଟି ବଲ୍‌ ବାକି ଥିବା ପୂର୍ବରୁ ୭ ଉଇକେଟରେ ବିଜୟ ହାସଲ କରିଥିଲା। ବର୍ତମାନ ଦିଲ୍ଲୀର ବାତାବରଣ ଅତି ଭୟଙ୍କର ପରିସ୍ଥିତିରେ ଥିବା ବେଳେ ହେଲ୍ଥ ଏମ୍ରଜେନ୍ସ ଲାଗୁ ହୋଇଥିଲା। ହେଲେ ମଧ୍ୟ ପରିସ୍ତିସ୍ଥିକୁ ସାମନା କରି ଏହି ଷ୍ଟାଡିୟମ ରେ ୪୬ ହଜାର ଦର୍ଶକ ମ୍ୟାଚ ଦେଖିବା ପାଇଁ ଆଗରୁ ଉପସ୍ଥିତ ହୋଇ ଯାଇଥିଲେ ।

ଏହି ମ୍ୟାଚରେ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ସର୍ବାଧିକ ୬୦ ରନ ସଂଗ୍ରହ କରିଥିଲେ। ମୁସ୍‌ଫିକର ରହିମ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ସମୟରେ କହିଥିଲେ ଯେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୋ ପାଇଁ ଖାସ ବିଷୟ ନଥିଲା ବରଂ ପ୍ରଦୂଷଣ ଠାରୁ ଅଧିକା ଭାରତୀୟ ଦଳର ବୋଲିଂ କୁ ସାମନା କରିବାର ଚିନ୍ତା ଅଧିକ ଥିଲା ଏବଂ ଭାରତକୁ ଭାରତରେ ହରାଇବା ଆମ ପାଇଁ ବଡ ଚିନ୍ତା ର ବିଷୟ ଥିଲା।

ବିସିସିଆଇ ର ନୂଆ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଦିଲ୍ଲୀର ବାୟୁ ପ୍ରଦୂଷଣ କୁ ନେଇ ଅତି ଗମ୍ଭୀର ପରିସ୍ଥିତିରେ ମ୍ୟାଚ ଖେଳି ଭଲ ପଦର୍ଶନ କରିଥିବାରୁ ଦୁଇ ଦଳକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଅତି ଗମ୍ଭୀର ପରିସ୍ଥିତିରେ ମଧ୍ୟ ଷ୍ଟାଡିୟମ ହାଉସଫୁଲ ଦେଖିବାକୁ ମିଳିଥିଲା।

Leave a Reply