ବର୍ତମାନ ସାଉଥ ଆଫ୍ରିକା ସିରିଜ଼ ଶେଷ ହେବା ପରେ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ ପାଇଁ ବିସିସିଆଇ କିଛି ଦିନ ପୂର୍ବ ରୁ ଟିମ ଇଣ୍ଡିଆ ର ଘୋଷଣା କରିଥିଲା। ଟି-୨୦ ମ୍ୟାଚରେ ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, ନବଦୀପ ସେନି,ରବୀନ୍ଦ୍ର ଜାଡେଜା ଙ୍କୁ ଆରମ୍ ଦିଆଯାଇଛି। ଆଉ ରୋହିତ ଶର୍ମା ଙ୍କୁ ଅଧିନାୟକ ପଦ ସମ୍ଭାଳିବା କୁ ଦିଆଯାଇଛି। କାମଚଳା ଅଧିନାୟକ ରୋହିତ ଶର୍ମା ରବିବାର ଭାରତ ପକ୍ଷରୁ ସର୍ବାଧିକ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବା ସହ ସର୍ବାଧିକ ଟି୨୦ ରନ ସଂଗ୍ରହକରି ବିଶ୍ୱ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି।

ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଦେଇଛନ୍ତି। ଧୋନି ୯୮ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ତେବେ ବାଂଲାଦେଶ ବିପକ୍ଷ ତିନୋଟି ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳି ରୋହିତ ୯୯ ଟ୍ବେଣ୍ଟି-୨୦ରେ ଭାରତର ପ୍ରତିନିଧିତ୍ବ କରିବାର ଗୌରବ ଅର୍ଜନ କରିଛନ୍ତି। ଏହା କରି ସେ ବିଶ୍ବର ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିବା ଖେଳାଳି ତାଲିକାରେ ପାକିସ୍ତାନର ସାହିଦ ଆଫ୍ରିଦି (୯୯)ଙ୍କ ସହ ଯୁଗ୍ମ ଭାବରେ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

କିନ୍ତୁ ଏହି ତାଲିକାରେ ସୋଏବ ମଲ୍ଲିକ ୧୧୧ ମ୍ୟାଚ ଖେଳି ପ୍ରଥମ ସ୍ଥାନରେ ରହିଛନ୍ତି। ଏବଂ ଏହା ସହ ରୋହିତ ମଧ୍ୟ ଏହି ମ୍ୟାଚ୍ ରେ ପୁଣି ଥରେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି। ଏହି କ୍ରମରେ ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଅତିକ୍ରମ କରିଛନ୍ତି। କୋହଲି ୭୨ ଟ୍ବେଣ୍ଟି-୨୦ରୁ ୨୪୫୦ ରନ୍ କରିଥିଲା ବେଳେ ରୋହିତ ୯୯ ଟ୍ବେଣ୍ଟି-୨୦ରୁ ୨୪୫୨ ରନ୍ କରି ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି।