ନିକଟରେ ‘ ଖାଲୀଜ଼ ଟାଇମ୍ସ ‘ କୁ ଦେଇଥିବା ଇଣ୍ଟରଭିୟୁ ରେ ୱେଷ୍ଟଇଣ୍ଡିଜ଼ ର ପୂର୍ବ ଶ୍ରେଷ୍ଠ ଖେଳାଳି କ୍ରିକେଟ ବିଷୟରେ ଅନେକ ପ୍ରଶ୍ନ ର ଉତର ଦେଇଥିଲେ। ଏବଂ ସେ ମଧ୍ୟରୁ ବିରାଟ କୋହଲି ଓ ଷ୍ଟିଭେନ ସ୍ମିଥ ମଧ୍ୟରେ ସବୁଠାରୁ ଭଲ ଖେଳାଳି କିଏ ପଚାରିବାରୁ ଲରା କହିଥିଲେ ଯେ ବ୍ୟାନ ପରେ ଦଳକୁ ଫେରି ଷ୍ଟିଭେନ ସ୍ମିଥ ଟେଷ୍ଟ କ୍ରିକେଟରେ ବହୁ ରନ ସଂଗ୍ରହ କରି ବିଶ୍ୱର ନମ୍ବର ୧ ଟେଷ୍ଟ ବ୍ୟାଟ୍ସମେନ ଅଟନ୍ତି।

ହେଲେ କିନ୍ତୁ ବିରାଟ କୋହଲି ଙ୍କ ଖେଳିବାର ଶୈଳୀ ଏବଂ ଏକାଗ୍ରତା ର ଜବାବ ନାହିଁ ବିରାଟ ଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ଲାଗୁଚି । ଏବଂ କେନ ବିଲିୟମ୍ସ ଓ ଜୋ ରୁଟି ମଧ୍ୟ ଖୁବ ଭଲ ପଦର୍ଶନ କରୁଛନ୍ତି ଏବଂ ଦୁନିଆର ଶ୍ରେଷ୍ଠ ଖେଳାଳି ଙ୍କ ମଧ୍ୟରେ ତୃତୀୟ ଏବଂ ଚତୃର୍ଥ ସ୍ଥାନରେ ଅଛନ୍ତି । କିନ୍ତୁ ସ୍ମିଥ ଙ୍କ ଟେଷ୍ଟ ମ୍ୟାଚରେ ଅବିଶ୍ୱାସନୀୟ ଭାବରେ ଯେଉଁଭଳି ରନ ସଂଗ୍ରହ କରୁଛନ୍ତି ତାହା ସମସ୍ତଙ୍କୁ ଚକିତ କରୁଛି ।

ଭାରତ ବିଶ୍ୱକପ ରେ ମଧ୍ୟ ଭଲ ପଦର୍ଶନ କରିଥିଲା ଏବଂ ପରେ ୱେଷ୍ଟ ଇନ୍ଦିଜ଼ କୁ ୱେଷ୍ଟ ଇନ୍ଦିଜ଼ରେ ନିକଟରେ ସାଉଥ ଆଫ୍ରିକା ସିରିଜ଼ ଏବଂ ବର୍ତମାନ ବାଂଲାଦେଶ ସିରିଜ଼ ମଧ୍ୟ ଜିତିବାରେ କୌଣସି ଅସୁବିଧା ହେବନାହିଁ ବୋଲି କହିଛନ୍ତି। ଏବଂ ଏହା ମଧ୍ୟ କହିଛନ୍ତି ଯେ ଦିନ ଥିଲା ଭାରତର ବୋଲିଂ ବହୁତ ଖରାପ ଥିଲା କିନ୍ତୁ ବର୍ତମାନ ଏହା ମଧ୍ୟ ଟିମ ର ତାକତ ବୋଲି କହିଛନ୍ତି।