ବଲିଉଡ୍ ଅଭିନେତ୍ରୀ କରୀନା କପୂର ଆସନ୍ତା ବର୍ଷ ଅଷ୍ଟ୍ରେଲିଆର ମେଲବର୍ନରେ ହେବାକୁ ଥିବା ଆଇସିସି ମହିଳା ଓ ପୁରୁଷ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଟକୁ ଉଦ୍ଘାଟନ କରିବେ। ସେ ଅଂଶ ଗ୍ରହଣ କରିଥିବାରୁ ସେ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି। କରୀନା କପୂର ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମସୁର ଅଲ୍ଲୀ ଖାନଙ୍କ ପଟ୍ଟୌଦୀଙ୍କ ବୋହୂ । ଏବଂ ଭାରତର ମହିଳା କ୍ରିକେଟ ଟିମ ସମସ୍ତ ଖେଳାଳି ମୁ ପ୍ରୋତ୍ସାହନ କରିବା ପାଇଁ ଚାହୁଁଚି ଯେଉଁମାନେ ଭାରତୀୟ ଦଳରେ ଖେଳିବାପାଇଁ ଓ ନିଜ ସ୍ବପ୍ନ ପୁରା କରିବା ଖୁବ କଠିନ ପରିଶ୍ରମ କରିଛନ୍ତି।

ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଟି-୨୦ ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ ପଟ୍ଟୌଦୀ ଖାନଦାନର ବୋହୂ କରୀନା କରିବେ । ଏ ନେଇ ସନ୍ଧ୍ୟାରେ ଚାଲିଥିବା କାର୍ଯ୍ୟକ୍ରମରେ ମହିଳା ଖେଳୀଳିଙ୍କୁ କରୀନା ସମ୍ମାନ ଜଣାଇଥିଲେ। ତାଙ୍କ ଦିବଙ୍ଗତ ଶ୍ବଶୂର ଜଣେ ମହାନ ଖେଳାଳୀ ଥିଲେ। ସେଇଟା ତାଙ୍କ ଲାଗି ସମ୍ମାନର କଥା ବୋଲି ମଧ୍ୟ ଅଭିନେତ୍ରୀ କରୀନା କପୂର କହିଥିଲେ।।

ଅଷ୍ଟ୍ରେଲିଆ ହେବାକୁ ଥିବା ପୁରୁଷ ଟି ୨୦ ବିଶ୍ବ କପ ଟୁର୍ଣ୍ଣାମେଣ୍ଟ ୨୦୨୦ ମସିହା ଅକ୍ଟୋବର ୧୮ ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବ। ଏବଂ ମହିଳା ଟି ୨୦ ବିଶ୍ୱକପ ୨୧ ଫେବୃଆରୀ ରୁ ୮ ମାର୍ଚ୍ଚ ପର୍ଯନ୍ତ୍ୟ ଅଷ୍ଟ୍ରେଲିଆ ରେ ଖେଳାଯିବ। ଆଇସିସି ମହିଳା ଓ ପୁରୁଷ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଟକୁ ଉଦ୍ଘାଟନ କରିବେ। ସେ ଅଂଶ ଗ୍ରହଣ କରିଥିବାରୁ କରିନା ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି ବୋଲି କହିଛନ୍ତି।