ଟି ୨୦ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ୭ଟି ଵିକେଟ ନେଇ ଇତିହାସ ରଚିଥିଲେ ଏହି ଖେଳାଳି, ଜାଣନ୍ତୁ ଖେଳାଳିଙ୍କ ନାମ

ଆପଣ ଜାଣିଥିବେ ପୁରା ଦୁନିଆରେ ଏକ ମାତ୍ର ମନପସନ୍ଦିତା ଲିଗ ହୋଉଛି IPL ମ୍ୟାଚ । କିନ୍ତୁ ଜଳିଥିବା କାନାଡ଼ା GLOBAL T20 ଆଇପିଏଲ ରୁ ମଧ୍ୟ ଭୟଙ୍କର ଖେଳ ଦେଖିବାକୁ ମିଳିଥିଲା। କାହିଁକି ନା କାନାଡ଼ା GT20 ରେ ଏକ ନୂଆ ରେକର୍ଡ ମଧ୍ୟ ଦେଖିବାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକା ସ୍ପିନର କଲିନ୍‌ ଏକରମ୍ୟାନ ଟି୨୦ କ୍ରିକେଟ୍‌ର ଶ୍ରେଷ୍ଠ ବୋଲିଂ କରି ଇତିହାସ ରଚିଛନ୍ତି ।

ଏଠାରେ ହୋଇଥିବା ଟି୨୦ ବ୍ଲାଷ୍ଟର ଏକ ମ୍ୟାଚ୍‌ରେ ସେ ୧୮ ରନ୍‌ ବିନିମୟରେ ୭ ଉଇକେଟ୍‌ ଅକ୍ତିଆର କରି ବିଶ୍ୱ ରେକର୍ଡକୁ ନିଜ ନାମରେ ପ୍ରତିଷ୍ଠା କରିଥିଲେ । ୨୮ ବର୍ଷୀୟ କଲିନ୍‌ ଲିସେଷ୍ଟରଶାୟର ଅଧିନାୟକ ରହିଥିବାବେଳେ ଓ୍ବର୍କଶାୟର ବିପକ୍ଷରେ ଏହି ମାରାତ୍ମକ ସ୍ପେଲ ବୋଲିଂ କରିଥିଲେ।

ଏହି ମ୍ୟାଚରେ ଟସ୍‌ ଜିତି ଲିସେଷ୍ଟରଶାୟର ଅଧିନାୟକ କଲିନ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଲିସେଷ୍ଟରଶାୟର ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୮୯ ରନ୍‌ କରିଥିଲା। ଜବାବରେ ଓ୍ବର୍କଶାୟର ୧୭.୪ ଓଭରରେ ୧୩୪ ରନରେ ସୀମିତ ରହିଥିଲା। ୧୩ ଓଭରରେ ୧୧୪ ରନ କରି ଦୃଢ଼ସ୍ଥିତିରେ ଥିବାବେଳେ ଏକରମ୍ୟାନଙ୍କ ଅଫ୍‌ସ୍ପିନ ୧୭ ରନ ଦେଇ ୭ ଟି ଵିକେଟ ନେବାରେ ସକ୍ଷମ ହୋଇ ଥିଲେ ।

Leave a Reply