ବିଶ୍ୱରେ ଏମିତି କେତେ କ୍ରିକେଟର ଅଛନ୍ତି ଯେଉଁମାନେ ୧ ବର୍ଷରେ ସବୁଠୁ ଅଧିକ ଶତକ ମାରିବାର ରେକର୍ଡ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଆଜି କେଉଁ ବ୍ୟାଟ୍ସମେନ ଏକଦିବସୀୟ କ୍ରିକେଟରେ ଗୋଟିଏ ବର୍ଷରେ ସବୁଠୁ ଅଧିକ ଶତକ ମାରି ରେକର୍ଡ କୁ ନିଜ ନାମରେ କରିଛନ୍ତି ।

ଏହି ଲିଷ୍ଟରେ ସବୁଠୁ ଉପରେ ସଚିନ ତେନ୍ଦୁଲକରଙ୍କ ନାମ ଅଛି, ସେ ୧୯୯୮ରେ ୩୪ଟି ଏକଦିବସୀୟ ମ୍ୟାଚ ଖେଳି ୯ଟି ଶତକ ମାରିଥିଲେ । ଡେଭିଡ ୱାରନର ଏହି ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ଅଛନ୍ତି, ସେ ୨୦୧୬ରେ ୨୩ଟି ମ୍ୟାଚ ଖେଳି ୭ଟି ଶତକ ମାରିଥିଲେ ।

ସୌରବ ଗାଙ୍ଗୁଲୀ ଏହି ଲିଷ୍ଟରେ ତୃତୀୟ ନମ୍ବରରେ ଅଛନ୍ତି, ସେ ୨୦୦୦ରେ ୩୨ଟି ମ୍ୟାଚ ଖେଳି ୭ଟି ଶତକ ମାରିଥିଲେ । ବିରାଟ କୋହଲି ୨୦୧୮ରେ ୬ଟି ଶତକ ମାରିଥିଲେ । ରୋହିତ ଶର୍ମା ୨୦୧୬ରେ ୬ଟି ଶତକ ମାରିଥିଲେ ।