ବର୍ତମାନ ସାଉଥ ଆଫ୍ରିକା ସିରିଜ଼ ଶେଷ ହେବା ପରେ ବାଂଲାଦେଶ ବିପକ୍ଷରେ ଖେଳା ଯିବାକୁ ଥିବା ଟି-୨୦ ଆଉ ଟେଷ୍ଟ ସିରିଜ ପାଇଁ ବିସିସିଆଇ କିଛି ଦିନ ପୂର୍ବ ରୁ ଟିମ ଇଣ୍ଡିଆ ର ଘୋଷଣା କରିଥିଲା। ହେବାକୁ ଥିବା ଟି-୨୦ ମ୍ୟାଚରେ ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, ନବଦୀପ ସେନି,ରବୀନ୍ଦ୍ର ଜାଡେଜା ଙ୍କୁ ଆରମ୍ ଦିଆଯାଇଛି। ଆଉ ରୋହିତ ଶର୍ମା ଙ୍କୁ ଅଧିନାୟକ ପଦ ସମ୍ଭାଳିବା କୁ ଦିଆଯାଇଛି।

ଏମାନଙ୍କ ଜାଗାରେ ଶିବମ ଦୁବେ, ସଞ୍ଜୁ ସାମସନ, ସାରଦୁଲ ଠାକୁର ଆଉ ୟୁଜବେନ୍ଦ୍ର ଚହଲ ଙ୍କୁ ଦଳରେ ସୁଯୋଗ ଦିଆଯାଇଛି । କିନ୍ତୁ ଏବେ ଏହି ଟିମ କୁ ନେଇ ଭାରତ ର ପୂର୍ବ ତମ ବୋଲର ଇରଫାନ ପଠାନ ନିଜର ପ୍ରତିକ୍ରିୟା ଜାହିର କରିଥିଲେ ଇରଫାନ ପଠାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟର ଦ୍ୱାରା ଟିମ ଚୟନ କୁ ନେଇ ଅସନ୍ତୁଷ୍ଟତା ଜାହିର କରିଥିଲେ।

ସେ ନିଜର ପୋଷ୍ଟ ରେ ଲେଖିଥିଲେ ଯେ ମୋ ବ୍ୟତୀତ କେତେ ଜଣ ଏପରି ଲୋକ ଅଛନ୍ତି ଯିଏ ଟି-୨୦ ଟିମ ମଧ୍ୟରେ ରବୀନ୍ଦ୍ର ଜାଡେଜା ଙ୍କୁ ନ ଦେଖି ଚମକି ପଡ଼ିଥିବେ ଏବଂ କହିଛନ୍ତି ଯେ ସେ ଏହି ସମୟରେ ନିଜ କ୍ୟାରିଅର ର ବ୍ୟାଟିଂ ରେ ସବୁଠୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି। ଆପଣ ବି ନିଶ୍ଚୟ ଜାଣିଥିବେ ଯେ ବିଶ୍ୱକପ ହୋଉ କିମ୍ବା ବିଶ୍ୱକପ ପରଠାରୁ ସାଉଥ ଆଫ୍ରିକା ସିରିଜ ରେ ମଧ୍ୟ ରବୀନ୍ଦ୍ର ଜାଡେଜା ବ୍ୟାଟିଂରେ ଦମଦାର ଜଣେ ବ୍ୟାଟ୍ସମ୍ୟାନ ହିସାବରେ ସାନଦାର ପ୍ରଦର୍ଶନ କରୁଛନ୍ତି।