ଜାରି ହେଲା ICC ଟେଷ୍ଟ ର଼୍ୟାଙ୍କିଙ୍ଗ କୋହଲି ନୁହେଁ ବରଂ ଏହି ଖେଳାଳି ହେଲେ ଦୁନିଆର ଶ୍ରେଷ୍ଠ ବେଟ୍ସମେନ। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଅଧିନାୟକ କୋହଲି ତାଙ୍କର ୧ ନମ୍ବର ସ୍ଥାନ ହରାଇଛନ୍ତି। ସେ ଗୋଟିଏ ସ୍ଥାନ ତଳକୁ ଖସି ୨ ନମ୍ବର ସ୍ଥାନରେ ରହିଛନ୍ତି। ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ କୋହଲି ଙ୍କ ଦମଦାର ବ୍ୟାଟିଂ ସ୍ୱତେ ତାଲିକାର ଦ୍ୱିତୀୟ ସ୍ଥାନ ରେ ରହିଛନ୍ତି।

ଚଳିତ ଆଶେସ୍ରେ ଦମ୍ଦାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭେନ୍ ସ୍ମିଥ୍ କୋହଲିଙ୍କୁ ହଟାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ଆଶେସ ଟେଷ୍ଟ ସ୍ମିଥ୍ ଦୁଇଟି ଇନିଂସରେ ଶତକ ହାସଲ କରିବା ସହ ଦ୍ୱିତୀୟ ମ୍ୟାଚ୍ରେ ୯୨ ରନର ଇନିଂସ ଖେଳି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏବଂ ଅଜିଙ୍କ୍ୟ ରାହାନେ ୪ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ୫ ନମ୍ବର ସ୍ଥାନ ଅଧିକାର କରିବା ସହ ଟପ୍ ୧୦ରେ ରୋହିତ ଶର୍ମା ଙ୍କୁ ସ୍ଥାନ ମିଳିଛି ।

ଅଷ୍ଟ୍ରେଲିଆର ପ୍ୟାଟ୍ କୁମିନ୍ସ ଓ ଦକ୍ଷିଣ ଆଫ୍ରକାର କାଗିସୋ ରାବାଡା ଯଥାକ୍ରମେ ୧ ଓ ୨ ନମ୍ବର ସ୍ଥାନରେ ଥିବା ବେଳେ ବୋଲିଂ ତାଲିକାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା କ୍ୟାରିୟର ଶ୍ରେଷ୍ଠ ୮୧୦ ପଏଣ୍ଟ ପାଇ ଚତୃର୍ଥ ସ୍ଥାନରେ ରହିଛନ୍ତି।

ଏବଂ ଅଲ୍ରାଉଣ୍ଡର ଭୂମିକାରେ ଜାରି ହୋଇଥିବା ତାଲିକାରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଅଲରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ଏବଂ ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ରହିଛନ୍ତି।