ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ହେବା ପରେ ପ୍ରଶଂସକ ଓ ସାଥୀ କ୍ରିକେଟରମାନେ ଶୁଭେଚ୍ଛା ଜଣାଉଛନ୍ତି। ଗାଙ୍ଗୁଲି ବିସିସିଆଇ ସଭାପତି ଭାବେ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ। କାରଣ ବିସିସିଆଇର ନୂଆ ସମ୍ବିଧାନ ଅନୁଯାୟୀ, ଜଣେ କ୍ରିକେଟ ପ୍ରଶାସକ ୬ ବର୍ଷ ପାଇଁ ଲଗାତର ବିଭିନ୍ନ ଦାୟିତ୍ୱରେ ରହିପାରିବେ।

ବିଶ୍ୱକପ ପର ଠାରୁ ଧୋନି କୌଣସି ବି ସିରିଜ଼ ରେ ଖେଳି ନାହାନ୍ତି। ଏ ନେଇ ସମସ୍ତଙ୍କ ମନରେ ଧୋନି ଙ୍କ ସନ୍ୟାସ ନେଇ ସନ୍ଦେହ ହୋଉଥିଲେ ମଧ୍ୟ କୌଣସି ଖେଳାଳି କିମ୍ବା ମେନେଜମେଣ୍ଟ ଟିମ କିମ୍ବା ଚୟନ କର୍ତା ସଦସ୍ୟ ଧୋନିଙ୍କ ସନ୍ୟାସ ଉପରେ କିଏ ବି କଥା ପଡେ କହିବାକୁ ସାହାସ ବି କରି ପାରୁନଥିଲେ । କିନ୍ତୁ ବର୍ତମାନ ଗାଙ୍ଗୁଲି ଅଧକ୍ଷ ହେବା ପରେ ଧୋନିଙ୍କ ସନ୍ୟାସାକୁ ନେଇ ମୁହଁ ଖୋଲି କହିଛନ୍ତି ।

ଗାଙ୍ଗୁଲି କହିଛନ୍ତି ଯେ ଆଗାମୀ ଅକ୍ଟୋବର ୨୪ ତାରିଖରେ ରେ ବାଂଲାଦେଶ ବିପକ୍ଷରେ ଭାରତର ଖେଳାଳି ଚୟନ କରାଯିବ । ଏବଂ ଧୋନି ଭବିଷ୍ୟତରେ ଖେଳିବେ ନା ନାହିଁ ଓ ଯଦି ଖେଳିବେ ତ କେବେ ପଡିଆକୁ ଓଲ୍ହେଇବେ ଏନେଇ ପୁରା ସଠିକ ବିବରଣୀ ଦେବା ପାଇଁ ଚୟନ କର୍ତା ଙ୍କ ସହ କଥା ହେବେ । ଏବଂ ଖେଳରେ ଧୋନିଙ୍କ ଭବିଷ୍ୟତ ସେହି ଦିନ ହିଁ ଗଣମାଧ୍ୟମକୁ ଜଣାଇବେ ବୋଲି ଗାଙ୍ଗୁଲି କହିଛନ୍ତି । ଏବଂ ବର୍ତମାନ ଏନେଇ କୌଣସି ମନ୍ତବ୍ୟ ଦେବା ସଠିକ ହେବ ନାହିଁ ।