ଜଣେ କଳାକାର କେବଳ ଅଭିନେତା, ଅଭିନେତ୍ରୀ ବା ମୁଖ୍ୟ ଭୂମିକାରେ ଅଭିନୟ କରିବା ତାହା ଭୁଲ । ପ୍ରକୃତ କଳାକାର ସିଏ ଯିଏ ଖଳନାୟକ ଚରିତ୍ରରେ ମଧ୍ୟ ଦର୍ଶକଙ୍କ ଦିଲରେ ରାଜ କରିଥାଏ । କେବେ କେବେ ସିନେମାରେ କିଛି ଭଲ ଶିକ୍ଷା ଦେବା ପାଇଁ ମୁଖ୍ୟ ଭୂମିକାରେ ଖଳନାୟକ ମଧ୍ୟ ଅଭିନୟ କରିଥାଏ । ପରଦାରେ ନଜର ଆସୁଥିବା ସବୁଠୁ ଦାମୀ ଖଳନାୟକଙ୍କ ବିଷୟରେ ଆସନ୍ତୁ ଜାଣିବା ।

୧. ଆମୀର ଖାନ :-

ଭାରତୀୟ ଅଭିନେତା ଆମୀର ଖାନ ଧୁମ୍୩ ଫିଲ୍ମରେ ପ୍ରଥମ ଥର ପାଇଁ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ସେ ଅଧିକ ଟଙ୍କା ମଧ୍ୟ ନେଇଥିଲେ । ତାଙ୍କୁ ଏହି ଫିଲ୍ମରେ ଅନେକ ଲାଭ ମିଳିଥିଲା । ଏହି ଫିଲ୍ମରୁ ସେ ୭୦ କୋଟି ଟଙ୍କା ଆୟ କରିଥିଲେ ।
୨. ଯୋଶ ବ୍ରେଲିନ :-

ହଲିଉଡ ଫିଲ୍ମ ଏଭେଂଜର୍ସ ର ସବୁଠୁ ଦାମି ଓ ଶକ୍ତିଶାଳୀ ଖଳନାୟକ ଥନସ ର ଭୂମିକାରେ ବ୍ରେଲିନ ନଜର ଆସିଥିଲେ । ଏହି ଚରିତ୍ରରେ ଅଭିନୟ କରିବା ପାଇଁ ତାଙ୍କୁ ୮ ମିଲିୟନ ଡଲାର ଅର୍ଥାତ ୫୭ କୋଟି ଟଙ୍କା ମିଳିଥିଲା ।
୩. ଟମ୍ ହିଡିଲ୍ସଟନ୍ :-

ହଲିଉଡ ଫିଲ୍ମ ଏଭେଂଜର୍ସରେ ଖଳନାୟକ ଲୌକି ର ଭୂମିକା ସାରା ବିଶ୍ବରେ ପପୁଲାର ଥିଲା । ଟମ୍ ହିଡିଲ୍ସଟନ୍ ଏହି ଚରିତ୍ରରେ ଅଭିନୟ କରିଥିଲେ । ଏଥିପାଇଁ ତାଙ୍କୁ ୪୨.୮୦ କୋଟି ଟଙ୍କା ମିଳିଥିଲା ।
୪. ଅକ୍ଷୟ କୁମାର :-

ବଲିଉଡର ପ୍ରତିଷ୍ଠିତ ଅଭିନେତା ଅକ୍ଷୟ କୁମାର ପ୍ରଥମ ଥର ପାଇଁ ସାଉଥ ଇଣ୍ଡିଆନ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଥିବାର ନଜର ଆସିଥିଲେ । ୨୦ ଦିନର ଶୁଟିଂ ପାଇଁ ସେ ୪୦ କୋଟି ଟଙ୍କା ନେଇଥିଲେ ।
୫. ଏଣ୍ଡି ସର୍କିସ :-

ହଲିଉଡ ଅଭିନେତା ଏଣ୍ଡି ଅନେକ ଫିଲ୍ମରେ ଖଳନାୟକ ଚରିତ୍ରରେ ନଜର ଆସିଛନ୍ତି । ଏଣ୍ଡି ସର୍କିସ ଫିଲ୍ମ ବ୍ଲାକ୍ ପାନ୍ଥରରେ କ୍ଲବ୍ ଭୂମିକାରେ ଜବରଦସ୍ତ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ୧୮ କୋଟି ଟଙ୍କା ମିଳିଥିଲା ।
୬. ମାଇକେଲ ବି ଜର୍ଡାନ :-

ଅଭିନେତା ମାଇକେଲ ବି ଜର୍ଡାନ ଗତ ବର୍ଷ ହିଟ୍ ହୋଇଥିବା ଫିଲ୍ମ ବ୍ଲାକ୍ ପାନ୍ଥରରେ ଭୟଙ୍କର ଖଳନାୟକ ଏରିକ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ୩୨ କୋଟି ଟଙ୍କା ମିଳିଥିଲା ।
୭. ଟମ୍ ହାର୍ଡି :-

ଟମ୍ ହାର୍ଡି ୨୦୧୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଡାର୍କ ନାଇଟ୍ ରାଇଜେସ୍ରେ ଶକ୍ତିଶାଳୀ ଖଳନାୟକ ଭାବରେ ନଜର ଆସିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ୨୧ କୋଟି ଟଙ୍କା ମିଳିଥିଲା ।