ପୋଷ୍ଟର ବିବାଦ ନ ଥମିଣୁ ପୁଣି ଏକ ଭାଇରଲ ଅଡିଓ କ୍ଲିପ କୁ ନେଇ ଦୌଡରାଣୀ ଦୂତି ଚାନ୍ଦ କଡା ଜବାବ ଦେଇ କହିଲେ ଏମିତି କିଛି..!

ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ଏକ ପୋଷ୍ଟରରେ ପୋଷ୍ଟରରେ ଏ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ନେଇ ମାମଲା ମହିଳା ଥାନା ଓ ମହିଳା କମିସନରେ ପହଞ୍ଚିବା ପରେ ପରଦିନ କମେଡି କିଙ୍ଗ ପପୁ ପମପମ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଏପରି ଭାବରେ ଦେଇଥିଲେ। ପପୁ ଏକ ଭିଡିଓ ଯୋଗେ ଉକ୍ତ ପୋଷ୍ଟର ତାଙ୍କ ପ୍ରଡକ୍ସନ ହାଉସ୍‌ର ନୁହେଁ ଓ ତାଙ୍କୁ ଦୋଷ ଦିଆଯିବା ଠିକ୍‌ ନୁହେଁ ବୋଲି ଗଣମାଧ୍ୟମକୁ ସଫେଇଦେଇ ଏମିତି କହିଥିଲେ।

ଉକ୍ତ ପୋଷ୍ଟର ବିବାଦ ନ ଥମିଣୁ ପୁଣି ଏକ ବିବାଦ ସାମନାକୁ ଆସିଥିବାର ଜଣା ପଡିଛି। ଦୌଡରାଣୀ ଦୂତି ଚାନ୍ଦଙ୍କ ବିରୋଧରେ ଏକ ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହା ର ପତିକ୍ରିୟା ଫେସବୁକ ରେ ଏକ ପୋଷ୍ଟ କରି ଦୌଡରାଣୀ ଦୂତି ଚାନ୍ଦ ଏମୀତି ଭାବରେ ରଖିଛନ୍ତି।

ସେ ପୂର୍ବରୁ ପପୁଙ୍କ ଏହି ଫିଲ୍ମ ଉପରେ ନିଜର ପତିକ୍ରିୟା ରଖି କହିଥିଲେ ଯେ ପୋଷ୍ଟରଟି ନାରୀ ସମାଜକୁ ବଦନାମ କରୁଥିବାରୁ ସେ ଏହାକୁ ତୀବ୍ର ନିନ୍ଦା କରିଥିଲେ । ଏହି ପରିପେକ୍ଷୀରେ ଦୁତି ଙ୍କୁ ଏକ ଅଡିଓରେ କେହିଜଣେ ଦୂତୀ ପ୍ରଥମେ ନିଜ କଥା ସମ୍ଭାଳନ୍ତୁ ବୋଲି ପରାମର୍ଶ ଦେବାସହ ପରିବାର ସମ୍ପର୍କରେ ମଧ୍ୟ କହୁଥିବା ସୂଚନା ମିଳୁଛି।

ଦୂତୀ କହିଛନ୍ତି ଯେ ତାଙ୍କ ସହ ବ୍ୟକ୍ତିଗତ ସ୍ତରରେ ମୋର କୌଣସି ଶତ୍ରୁତା ନାହିଁ ଏବଂ ଯେହେତୁ ମୋ ମାନସମ୍ମାନ ଉପରେ ଆଞ୍ଚ ଆସିଛି ତେଣୁ ଆଇନର ଆଶ୍ରୟ ନେବି। ଏପରିକି ଦରକାର ପଡିଲେ ପପୁଙ୍କ ବିରୋଧରେ ସେ କୋର୍ଟକୁ ଯିବେ ବୋଲି ସଫେଇ ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *