ବର୍ତମାନ ଆଇସିସି ବିଶ୍ୱକପ ରେ ଗୋଟିଏ ହିଁ ଫାଇନାଲ ମ୍ୟାଚ ଇଂଲଣ୍ଡ ଓ ନିଉଜ଼ଲାଣ୍ଡ ମଧ୍ୟରେ ଖେଳାଯିବ ଏହି ପରିପେକ୍ଷୀରେ ଆପଣଙ୍କୁ ଏହା ବି ମନରେ ଆସୁଥିବା ଯେ ୨୦୨୩ ବିଶ୍ୱକପ କେଉଁଦେଶ ଆୟୋଜନ କରିବ । ଏବଂପମ ବିଶ୍ୱକପ ପାଇଁ କେଉଁ ଦେଶ ସରଗରମ ହୋଇଉଠିବ ଆସନ୍ତୁ ଜାଣିବା କେଉଁ ଦେଶ ୨୦୨୩ ବିଶ୍ୱକପ ଆୟୋଜନ କରିବ ।
୨୦୨୩ ର ବିଶ୍ୱକପ ୯ ଫେବୃଆରୀ ଠାରୁ ୨୬ ମାର୍ଚ୍ଚ ମଧ୍ୟରେ ଖେଳାଯିବ । ଏହି ୨୦୨୩ ଆଇସିସି ବିଶ୍ୱକପ ଭାରତରେ ହିଁ ଆୟୋଜିତ ହେବ । ଏହା ପୁରୁଷ କ୍ରିକେଟ୍ର ୧୩ ତମ ସଂସ୍କରଣ ହେବ । ଭାରତ ଏହା ପୂର୍ବରୁ ( ୧୯୮୭,୧୯୯୬,୨୦୧୧ ) ହୋଷ୍ଟ କରିସାରିଛି । କିନ୍ତୁ ଜାଣିବା କଥା ଏହା ଯେ ପୂର୍ବରୁ ସବୁଥର ନିଜ ପଡୋଶୀ ଏସିଆ ଦେଶ ସହ ମିଶି ହୋଷ୍ଟ କରୁଥିଲା ।
କିନ୍ତୁ ବର୍ତ୍ତମାନ ୨୦୨୩ ବିଶ୍ୱକପ ର ସବୁ ମ୍ୟାଚ ଭାରତରେ ହିଁ ଖେଳାଯିବ କୌଣସି ପଡୋଶୀ ଦେଶ ରେ ଆୟୋଜନ କରାଯିବ ନାହିଁ । ଏହା ପୂର୍ବରୁ ସବୁଠୁ ଅଧିକ ଥର ଭାବେ ( ୫ଥର ) ଇଂଲଣ୍ଡ ହିଁ ଆୟୋଜନ କରିଛି। ଇଂଲଣ୍ଡ ( ୧୯୭୫ ,୧୯୭୯,୧୯୮୩,୧୯୯୯,ଏବଂ ୨୦୧୯ )। ଏବଂ କେବଳ ( ୧୯୭୫ ,୧୯୭୯) ରେ ଇଂଲଣ୍ଡ ରେ ହୋଷ୍ଟ କରିଥିବା ଏକମାତ୍ର ଦେଶ ଅଟେ ।
କିନ୍ତୁ ବାକି (୧୯୮୩,୧୯୯୯,ଏବଂ ୨୦୧୯ ) ଏହି ସଂସ୍କରଣ ଆଇରଲେନ୍ଡ, ନେଦେର୍ଲାଣ୍ଡ ,ସ୍କଟଲାଣ୍ଡ ,ଏବଂ ବେଲକସ ସହ ସଂଯୁକ୍ତ ଭାବରେ ଆୟୋଜନ କରିଥିଲେ । ଏହା ପୂର୍ବରୁ ୧୯୮୭ ସଂସ୍କରଣ ଭାରତ ଓ ପାକିସ୍ତାନ ରେ ହୋଇଥିଲା ଯାହା ଇଂଲଣ୍ଡ ଠାରୁ ବହୁତ ଦୂର ଦେଶ ଭାବରେ ଆୟୋଜନ କରିଥିବା ପ୍ରଥମ ଦେଶ ଥିଲା । ଏବଂ ଏହା ପରେ ଲାହୋର ରେ ୨୦୦୯ ରେ ଶ୍ରୀଲଙ୍କା ଟିମ ବସ କୁ ଆକ୍ରମଣ ପରେ ଅନିଶ୍ଚିତତା କାରଣ ଯୋଗୁ ଏହି ସଂସ୍କରଣ ପାକିସ୍ତାନ ସହ ଆୟୋଜନ କରିବ ପାଇଁ ଆଇସିସି ସୁପାରିଶ କରିଥିଲା।