ନିଉଜ଼ଲାଣ୍ଡ ବିପକ୍ଷରେ ମ୍ୟାଚ ହାରିବା ପରେ ୧୩୦ କୋଟି ଭାରତୀୟ ପ୍ରଶଂସକ ନିରାଶ ହୋଇଛନ୍ତି । ଏବଂ ପ୍ରଶଂସକ ମନରେ ଏହା ହିଁ ପ୍ରଶ୍ନ ଉଠିବାରେ ଲାଗିଛି ଯେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଙ୍କ ଉପରେ ସମସ୍ତେ ଆଙ୍ଗୁଳି ଦେଖାଇଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହା ଭାଇରଲ ହେବାକୁ ଲାଗିଥିଲା ।
ଯେତେବେଳେ ଟିମ ଇଣ୍ଡିଆ ର ପ୍ରମୁଖ ବେଟ୍ସ ମ୍ୟାନ ମାନେ ମାତ୍ର ୫ ରନ ରେ ୩ ଟି ମୂଲ୍ୟବାନ ଵିକେଟ ହରେଇ ସମସ୍ୟାରେ ରେ ଥିଲା ସେ ସମୟରେ ଧୋନିଙ୍କୁ କାହିଁକି ଚାରି ନମ୍ବରରେ ବେଟିଂ କରିବା ପାଇଁ ପଠାଯାଇନଥିଲା କିନ୍ତୁ ଆଜି ଏହାର ପରଦା ଫାସ ହୋଇଯାଇଥିଲା ଯେତେବେଳେ ଶାସ୍ତ୍ରୀ ଇଣ୍ଡିଆନ ଏକ୍ସପ୍ରେସ ସହ ସାକ୍ଷାତ କର ସମୟରେ ଏହାର ଉତର ଦେଇ କହିଥିଲେ ଯେ..
ଏହା ପୁରା ଟିମର ନିର୍ଣ୍ଣୟ ଥିଲା ଯେ ଧୋନି ଶେଷ କ୍ରମରେ ଖେଳନ୍ତୁ ବୋଲି କାହିଁକିନା ଯଦି ଧୋନି ଚାରି ନମ୍ବର ରେ ଖେଳିବାକୁ ଆସି ଶୀଘ୍ର ଆଉଟ ହୋଇଯାଇଥାନ୍ତେ ତାହାହେଲେ ୨୪୦ରନ ର ଲକ୍ଷ କୁ ପିଚା କଳରିବା କଷ୍ଟ ହୋଇପଡ଼ିଥାଆନ୍ତା। ଏବଂ ସବୁ ଖେଳ ବିଗାଡି ହୋଇଯାଆନ୍ତା । ଏବଂ ଧୋନି ବିଶ୍ୱର ସବୁଠାରୁ ବେଷ୍ଟ ଫିନିସର ଭାବରେ ପରିଚିତ ।
ଧୋନିଙ୍କ ଅନୁଭବ ସେହି ସମୟରେ ହିଁ କାମ ରେ ଆସିଥାନ୍ତା ହଁ ଦୁର୍ଭାଗ୍ୟ ବସତହ ଆମେ ମ୍ୟାଚ ହାରିଗଲୁ କିନ୍ତୁ ଏହା ସତ ଯେ ମଧ୍ୟ କ୍ରମରେ ଭଲ ବେଟ୍ସମେନ ନଥିବାରୁ ଭାରତ ସେ ସମୟରେ ବହୁତ ସମସ୍ୟାରେ ପଡିଯାଇଥିଲା ଯାହା ଫଳରେ ଆମେ ମ୍ୟାଚ ହାରିଗଲୁ ।