ଭାରତର ବିଜୟ ପରେ ସେମି-ଫାଇନାଲ ଦୌଡ ରୁ ବାହାରିଯିବେ ଏହି ଟିମ: ଦେଖନ୍ତୁ ପଏଣ୍ଟ ଟେବଲ

ବିଶ୍ବକପ୍‌ରେ ଭାରତ ଗୁରୁବାର ପଞ୍ଚମ ବିଜୟ ସହିତ ସେମିଫାଇନାଲର ନିକଟବର୍ତୀ ହୋଇଛି। ଦୁଇ ଥର ବିଶ୍ବ ବିଜେତା ପ୍ରତିଦ୍ବନ୍ଦ୍ବୀ ଦଳ ମଧ୍ୟରେ ଆଜି ହୋଇଥିବା ଏହି ମୁକାବିଲାରେ କୋହଲି ବାହିନୀ ସମ୍ପୂର୍ଣ୍ଣ ଏକତରଫା ଭାବେ ୱେଷ୍ଟ ଇଣ୍ଡିଜକୁ ୧୨୫ ରନ୍‌ରେ ହରାଇ ସହଜ ବିଜୟ ହାସଲ କରିଛି। ଭାରତ ପାଇଁ ବ୍ୟାଟିଂ କଷ୍ଟକର ଥିଲେ ମଧ୍ୟ ଏହାଠୁ ବଡ଼ ପରୀକ୍ଷାରେ ପଡ଼ିଥିଲା ଇଣ୍ଡିଜ୍।

୨୬୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଇନିଂସ ଆରମ୍ଭ କରିଥିବା ଇଣ୍ଡିଜର ବ୍ୟାଟିଂକୁ ମାଟିରେ ମିଶାଇ ଦେଇଥିଲେ ଭାରତୀୟ ବୋଲର। ମାତ୍ର ୧୪୩ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଇଣ୍ଡିଜ କୋହଲି ବାହିନୀ ନିକଟରେ ଆତ୍ମସମର୍ପଣ କରିଥିଲା। ଏହ‌ି ବିଜୟ ସହିତ ଭାରତ ୧୧ ପଏଣ୍ଟ ‌ସହିତ ତାଲିକାରେ ଦ୍ବିତୀୟ ସ୍ଥାନକୁ ଉଠିଛି। ତାଲିକାରେ ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ (୧୨)। ଅନ୍ୟପକ୍ଷରେ ଲଗାତାର ପଞ୍ଚମ ପରାଜୟ ବରଣ କରି ଜାସନ୍ ହୋଲଡରଙ୍କ ଇଣ୍ଡିଜ ଟିମ୍ ବିଶ୍ବକପ୍‌ ବିଦାୟର ଦ୍ବାରରେ ପହଞ୍ଚିଯାଇଛି।

ଭାରତ ର ବଲିଙ୍ଗ ରେ ପ୍ରଦର୍ଶନ ବହୁତ ଭଲ ହୋଇଥିଲା, ବୁମ୍ରାଙ୍କ ପାଖରେ ହ୍ୟାଟ୍ରିକ୍ ନେବାର ସୁଯୋଗ ରହିଥିଲେ, ସେ ଏହାକୁ ହାସଲ କରିପାରିନଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କଠାରୁ ସହଯୋଗ ନପାଇ ଶିମରନ୍ ହେଟମେୟର୍ ହତାଶ ହୋଇ ନିଜ ୱିକେଟ୍ ଦେଇ ବସିଥିଲେ। ସେ ମାତ୍ର ୧୮ ରନ୍ କରି ଶାମିଙ୍କ ଶିକାର ହୋଇଥିଲେ। ଏହା ପରେ ଭାରତର ବିଜୟ କେବଳ ଔପଚାରିକତା ରହିଯାଇଥିଲା। କଟ୍ଟରେଲ୍ ୧୦ ରନ୍ କରି ଚହଲଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିବା ବେଳେ ଅନ୍ତିମ ୱିକେଟ୍ ଭାବେ ଓଶାନି ଟମାସ (୬)ଙ୍କୁ ଶାମି ଆଉଟ୍ କରିଥିଲେ। ଏଥିସହ ଇଣ୍ଡିଜ୍ ଇନିଂସ୍ ୧୪୩ ରନରେ ସୀମିତ ରହିଥିଲା। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଶାମି ୧୬ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ବୁମ୍ରା ଓ ୟୁଜବେନ୍ଦ୍ର ଚହଲ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ପାଣ୍ଡ୍ୟା ଓ କୁଲଦୀପ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଭାରତର ବିଜୟ ପରେ ସେମି-ଫାଇନାଲ ଦୌଡ ରୁ ବାହାରିଯିବେ ଏହି ଟିମ :

ୱେଷ୍ଟ ଇଣ୍ଡିଜ ର ପରାଜୟ ପରେ ୱେଷ୍ଟ ଇଣ୍ଡିଜ ସହ ସାଉଥ ଆଫ୍ରିକା ଓ ଆଫଗାନିସ୍ତାନ ଟିମ ମଧ୍ୟ ସେମି-ଫାଇନାଲ ରୁ ବାହାରିବେ। ପାକିସ୍ତାନ, ବଙ୍ଗଳାଦେଶ ଆଉ ଇଂଲଣ୍ଡ ମଧ୍ୟରେ କଡା ମୁକାବିକା ହେଉଛି।

Leave a Reply