ଯୁବରାଜ ସନ୍ୟାସ ଘୋଷଣା ନେବା ପରେ ଭାରତୀୟ ଟିମ୍ ଖେଳାଳୀ ଟ୍ୱିଟରରେ ନିଜ ପ୍ରତିକ୍ରିୟା ଦେଇଥିଲେ ।

ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର୍ ଟ୍ୱିଟ୍ କରି କହିଲେ କି ଆପଣଙ୍କ କ୍ୟାରିୟର ଶାନଦାର୍ ରହିଥିଲା ଯୁବି , ଟିମ୍ ର ଯେବେ ବି ଆପଣଙ୍କ ଦରକାର ପଡିଥିଲା ତୁମେ ବିଜେତା ହୋଇଆସିଥିଲ , ପଡିଆ ଭିତରେ ଓ ବାହାରେ ତୁମର ସଂଘର୍ଷ ଆଶ୍ଚର୍ଯ୍ୟଜନକ ଥିଲା , ତୁମର ଆଉଗୋଟେ ପାଳି ପାଇଁ ଶୁଭକାମନା ଓ କ୍ରିକେଟ୍ ପାଇଁ ଯାହା କଲେ ସେଥିପାଇଁ ଧନ୍ୟବାଦ ।

ପୂର୍ବତନ ବିସ୍ପୋଟକ ଓପନର୍ ବିରେନ୍ଦ୍ର ସ୍ୱେହାଗ କହିଲେ କି ଖେଳାଳୀ ଆସିବେ ଆଉ ଯିବେ କିନ୍ତୁ ଯୁବରାଜ ସିଂଙ୍କ ପରି ଖେଳାଳୀ କମ୍ ମିଳିବେ , ସେ ବହୁତ କଷ୍ଟ ସହିଛନ୍ତି , ରୋଗକୁ ହରାଇଲେ , ବୋଲର୍ ମାନଙ୍କୁ ଧୋଇଲେ , ଓ ସମସ୍ତ ହୃଦୟ ଜିତିଲେ , ନିଜ ଲଢେଇ ଓ ଇଚ୍ଛା ଶକ୍ତି ବହୁତ ପ୍ରେରିତ ଲଲା , ତୁମକୁ ଅଙ୍କ ଅନେକ ଶୁଭକାମନା ଯୁବି ।

ପୂର୍ବତନ କ୍ରିକେଟିୟର୍ ଓ ବିଜେପି ସାଂସଦ ଗୌତମ ଗମ୍ଭୀର କହିଲେ କି ନିଜ ଶାନଦାର୍ କ୍ୟାରିୟରରେ ଭଲ ପ୍ରଦର୍ଶନ କରିଥିବାରୁ ଅଶେଷ ଧନ୍ୟବାଦ , ତୁମେ ଭାରତୀୟ ୱାନ୍ ଡେ ରେ ଭଲ ପ୍ରର୍ଦଶନ କରିଥିଲ, ଗମ୍ଭୀର କହିଥିଲେ କି ବିସିସିଆଇ ଯୁବିଙ୍କ ନମ୍ବର ୧୨ ଜର୍ସିଙ୍କୁ ରିଟାୟର୍ଡ କରିବା ଉଚିତ୍ , ସେ କହିଲେ ମୁଁ ତୁମ ପରି ବ୍ୟାଟିଙ୍ଗ୍ କରିପାରନ୍ତି କି।

ଭାରତୀୟ ଅଧିନାୟକ ବିରାଟ କୋହଲି ଟ୍ୱିଟ୍ କରି କହିଲେ କି ଶାନଦାର୍ କ୍ୟାରିୟର୍ ପାଇଁ ଅଭିନନ୍ଦନ , ଆପଣ ବହୁତ ସ୍ମୃତି ଦେଇଛନ୍ତି , ତୁମ ଜୀବନରେ ସବୁ ଜିନିଷ ଭଲ ହେଉ , ତୁମେ ହେଲ ଅସଲ ଚ୍ୟାମ୍ପିୟନ୍ ।

ଶିଖର ଧବନ ଟ୍ୱିଟ୍ କରିଥିଲେ କି ଥ୍ୟାଙ୍କ୍ ୟୁ ପାଜି ଆପଣଙ୍କ ମାର୍ଗଦର୍ଶନ , ସହଯୋଗ ଓ ପ୍ରେମ ଦେଇଥିବା ପାଇଁ ଆପଣ ମୋ ଦ୍ୱାରା ବଛା ହୋଇଥିବା ଶ୍ରେଷ୍ଠ ବାମ ହାତୀ ବ୍ୟାଟ୍ସମ୍ୟାନ୍ ଅଟନ୍ତି , ମୁଁ ସବୁବେଳେ ଆପଣଙ୍କ ଶୈଳୀ ଓ ବ୍ୟାଟିଙ୍ଗ୍ ଟେକନିକ୍ ଦେଖିଛି , ଆପଣଙ୍କ ଠାରୁ ବହୁତ କିଛି ଶିଖିଛି, ଆପଣଙ୍କ ନୁଆ ଯାତ୍ରା ରେ ସୁଖ ସମୃଦ୍ଧି ଓ ସଫଳତା କାମନା କରୁଛି ।

ସୁରେଶ ରାଇନା ବିଶ୍ୱକପ୍ ୨୦୧୧ ର ଫଟୋକୁ ଟ୍ୱିଟ୍ କରି କହିଲେ କି ଗୋଟେ ଯୁଗର ଅନ୍ତ ହେଲା , ଜୁବି ପାଜୀ ଆପଣଙ୍କ ସହିତ କ୍ରିଜ ରେ ବିତାଇ ଥିବା ସେଇ ସ୍ୱର୍ଣ୍ଣିମ ମୁହୂର୍ତ ସବୁ ଗୋଟି ଗୋଟି କର ମାନେ ଅଛି, ବଢିଆ ଛକ୍କା ଜବରଦସ୍ତ କ୍ୟାଚ୍ , ଓ ଭଲ ସମୟ ଯାହା କଟାଇଥିଲେ , ସେ ବର୍ଷକ ଯାକ ମନେ ରହିବ ।
ମହମ୍ମଦ କୈଫ ଐତିହାସିକ ଜିତ୍ ଦେଇଥିବା ଲାଇସ୍ ରେ ନିଜ ସହ ଏକ ସ୍ମୃତିକୁ ମନେ ପକାଇ କହିଲେ କି ଖେଳର ଇତିହାସରେ ସବୁଠାରୁ ମହାନ୍ ମ୍ୟାଚ୍ ବିଜେତାଙ୍କ ମଧ୍ୟରୁ ତୁମେ ଜଣେ ଥିଲ , ଜଣେ ଫାଇଟର୍ ,ଯିଏକି କଠିନ ପରିସ୍ଥିତିରେ ଏକ ଅସାଧାରଣ କ୍ୟାରିୟର୍ ବନାଇଲେ , ଓ ସବୁଥର ବିଜେତା ହୋଇଥିଲେ , ଆମେ ସମସ୍ତେ ଗର୍ବ କରୁଛୁ । ଯୁବି ଟିମ୍ ଈଣ୍ତିଆ ସବୁଠାରୁ ବିସ୍ପୋରକ ବ୍ୟାଟ୍ସମ୍ୟାନ୍ ଥିଲେ , ଖାସ୍ କରି ସେହି ପାଳି କୁ କେବେ କେଉଁ କ୍ରିକେଟ୍ ପ୍ରେମୀ ଭୁଲି ପାରିବେ ନାହିଁ , ଯେବେ ଇଂଲଣ୍ତ ବିପକ୍ଷରେ ଷ୍ଟୁଆର୍ଟ ବ୍ରଡ୍ ଙ୍କ ୧ ଓଭରରେ ଲଗାତାର ୬ ଟି ଛକା ମାରିଥିଲେ , ଏହା ନୁହେଁ ଯୁବରାଜ ୨୦୧୧ ୱାଲଡ୍ କପ୍ ରେ ନିଜ ଚମତ୍କାର ଅଲ ରାଉଣ୍ତର ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତି ଯାଇଥିଲେ , ଓ ସେହି ୱାଲର୍ଡ କପ୍ ପାଇଁ ସେ ମ୍ୟାଚ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ ।