ଧୋନୀ ଯେତିକି ଭଲ ଖେଳାଳି ସେତିକି ଶାନ୍ତ ମଣିଷ ଅଟନ୍ତି , ଭାରତୀୟ କ୍ରିକେଟ୍ ରେ ୧୩ ବର୍ଷରୁ ଅଧିକା ସମୟ ହେଲା ଖେଳି ସାରିଲେଣି , ଏମିତିରେ ସମୟ ସମୟରେ ତାଙ୍କର କ୍ରିକେଟରୁ ସନ୍ୟାସ ନେବା ଖବର ଆସୁଛି , ଏହି ଘୋଷଣା ଯେବେ ବି ହେଉ , କିନ୍ତୁ ବଡ କଥା ଏହି କି ଯେ ଅବସର ପରେ ଧୋନୀ କରିବେ କଣ ।

କହିଦେବାକୁ ଚାହିଁବୁ ଯେ ଧୋନୀଙ୍କୁ ଇଣ୍ତିଆନ୍ ଟେରିଟୋରିଆଲ୍ ଆର୍ମୀରେ ୨୦୧୧ ରେ ଲେଫ୍ଟିନାଣ୍ଟ କର୍ନଲ ରାଙ୍କ୍ ଦିଆଯାଇଛି , ଏକ ଇଣ୍ଟରଭିଉ ରେ ଯେତେବେଳେ ଧୋନିଙ୍କୁ ପଚରାଗଲା ଆପଣ ଅବସର ପରେ କଣ କରିବେ ଏହାର ଉତ୍ତରରେ କହିଲେ କି ସେ ଭବିଷ୍ୟତରେ ଏହି ଦାୟିତ୍ୱ ଗୁଡିକୁ ସୁଚାରୁ ରୂପେ ନିର୍ବାହ କରିବି , ଏହି ଜରିଆରେ ମୋର ଆର୍ମୀ କାମ କରିବାର ସପ୍ନ ପୁରା ହୋଇଯିବ ।

ଧୋନୀଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ତିଆ ଯେଉଁ ସଫଳତା ହାସିଲ୍ କରିଛି ତାହା ଅତୁଳନୀୟ , କିନ୍ତୁ କହି ଦେବାକୁ ଚାହିଁବୁ ଧୋନି କ୍ରୀକେଟିଅର ନ ହୋଇ ଆଉ କିଛି ହେବାକୁ ଚାହୁଁଥିଲେ , ଧୋନୀ ଏକ ସାକ୍ଷାତକାରରେ କହିଥିଲେ କି ଛୁଆ ବେଳରୁ ସେ ଇଣ୍ତିଆନ୍ ଆର୍ମୀରେ ଯିବାକୁ ଚାହୁଁଥିଲେ , ସେ ରାଞ୍ଚିର କ୍ୟାଣ୍ଟ ଏରିଆରେ ବହୁତଥର ବୁଲିବାକୁ ଯାଉଥିଲେ , କିନ୍ତୁ ଭାଗ୍ୟରେ ତାଙ୍କର ଆଉ କିଛି ଲେଖା ଥିଲା , ସେ ସେନାରେ ଯୋଗ ଦେଇପାରିଲେ ନାହିଁ , ଓ କ୍ରିକେଟିୟର ହୋଇଗଲେ ।

ବର୍ତମାନ ସେ ଟେରିଟୋରିଆଲ୍ ଆର୍ମୀରେ ନିୟମିତ ସେନାର ଏକ ଅଂଶ ଅଟନ୍ତି , ତାଙ୍କର କାମ ସେନାକୁ ସ୍ଥିର ସେବା ମୁକ୍ତ କରିବା , ଓ ବିପଦ ସମୟରେ ପ୍ରଶାସନକୁ ସାହାଯ୍ୟ କରିବା ।