ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ହଟାଇ ଦେବାକୁ କହିଛି। ଆଇସିସି ବିସିସିଆଇକୁ ଅପିଲ କରିଛି ଯେ, ସେ ଧୋନୀଙ୍କୁ ତାଙ୍କର ଗ୍ଲୋଭ୍ସରେ ଲାଗିଥିବା ଖାସ୍ ଲୋଗୋକୁ ହଟାଇବାକୁ କୁହନ୍ତୁ। ବିଶ୍ଵ କପ ୨୦୧୯ରେ ନିଜର ପ୍ରଥମ ମ୍ୟାଚରେ ଧୋନୀ ଦକ୍ଷିଣ ଆଫ୍ରିକା ବିରୋଧରେ ଓ୍ଵିକେଟ୍ କିପିଂ ସମୟରେ ନିଜର ଗ୍ଲୋଭ୍ସରେ ଭାରତୀୟ ପାରା ସ୍ପେଶାଲ ଫୋର୍ସ ଚିହ୍ନ ଲଗାଇ ଖେଳିଥିଲେ।

ବିସିସିଆଇକୁ ଅପିଲ କଲା ଆଇସିସି
ଆଇସିସି ବିସିସିଆଇକୁ କହିଛି ଯେ, ସେ ଧୋନୀଙ୍କୁ ନିଜର ଗ୍ଲୋଭ୍ସରେ ଲଗାଇଥିବା ଉକ୍ତ ଲୋଗୋକୁ ହଟାଇବାକୁ କୁହନ୍ତୁ। ଆଇସିସିର ମହାପ୍ରବନ୍ଧକ, ରଣନୀତି ସମନ୍ଵୟକାରୀ କ୍ଲେୟର ଫରଲୋଗ କହିଛନ୍ତି ଯେ, ଧୋନୀଙ୍କୁ ଏହି ଚିହ୍ନ ହଟାଇବାକୁ ଆମେ ବିସିସିଆଇକୁ କହିଛୁ। କେବଳ ପାରାମିଲିଟାରୀ କମାଣ୍ଡୋଙ୍କୁ ହିଁ ଏହି ଚିହ୍ନ ଧାରଣ କରିବାର ଅଧିକାର ରହିଛି।

ସେନାରେ ଯୋଗ ଦେବାକୁ ଚାହୁଁଥିଲେ ଧୋନୀ

ଧୋନୀଙ୍କୁ ୨୦୧୧ରେ ପାରାସ୍ୟୁଟ୍ ରେଜିମେଣ୍ଟରେ ଲେଫ୍ଟନାଣ୍ଟ କର୍ଣ୍ଣେଲର ଉପାଧି ମିଳିଥିଲା। ଧୋନୀ ନିଜର ପାରା ରେଜିମେଣ୍ଟ ସହିତ ସ୍ଵତନ୍ତ୍ର ଟ୍ରେନିଂ ମଧ୍ୟ ନେଇଛନ୍ତି। ସେନା ପ୍ରତି ଏହି ପୂର୍ବତନ ଅଧିନାୟକଙ୍କ ଭଲ ପାଇବା କାହାକୁ ଅଛପା ନୁହେଁ। ସେ ପୂର୍ବରୁ କହି ସାରିଛନ୍ତି ଯେ, ସେ ପୂର୍ବେ ସେନାରେ ଯୋଗ ଦେବାକୁ ଚାହୁଁଥିଲେ। ସାମାଜିକ ଗଣମାଧ୍ୟମରେ ଧୋନୀଙ୍କ ଏହି କାମକୁ ବହୁତ ପ୍ରଶଂସା କରାଯାଉଛି, ମାତ୍ର ଆଇସିସି ନିୟମ ଅଲଗା ରହିଛି।