ବିଶ୍ୱକପ୍ର ଅସଲ ପରୀକ୍ଷା ପୂର୍ବରୁ ଅଭ୍ୟାସ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିଫଳତା ପଦାରେ ପଡ଼ିଛି। ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୭୯ ରନ୍ କରିବାକୁ ସକ୍ଷମ ହୋଇଛି। ଦଳର ପକ୍ଷରୁ ସ୍ପିନିଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଲଢ଼ୁଆ ୫୪ ରନ୍ର ଇନିଂସ୍ ଖେଳିବାରୁ ଭାରତ ୩୯.୨ ଓଭର୍ରେ ସମସ୍ତ ୱିକେଟ୍ ହରାଇ ଏହି ସ୍କୋର କରିପାରିଛି।
ତାପରେ କୁଲଦୀପ ଯାଦବ (୧୯) ଭରପୂର ସହଯୋଗ କରିଥିଲେ। ଏହି ଅଭ୍ୟାସ ମ୍ୟାଚ୍କୁ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୧୮୦ ରନ୍ର ଟାର୍ଗେଟ ମିଳିଥିଲା। ଭାରତ ଚିଳିତ ବର୍ଷ ବିଶ୍ୱକପ୍ ଜିତିବାର ପ୍ରବଳ ଦାବିଦାର ବୋଲି କ୍ରିକେଟ୍ ପଣ୍ଡିତମାନେ କହୁଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ବୋଲର୍ଙ୍କ ଆଗରେ ଦଳର ବ୍ୟାଟସ୍ମ୍ୟାନ୍ମାନେ ସଂପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଦେଇଥିଲେ।
ଆଜିର ମ୍ୟାଚ୍ରେ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଜାଡେଜା ଠିକ ସମୟରେ ଟିମ କୁ ଅତି ଲଜ୍ୟାଜନକ ସ୍କୋର ରୁ ବଂଚେଇ ଦେଇଥିଲେ। ଏହା ପୂର୍ବରୁ ଭାରତୀୟ ଓପନର ମାନେ ନିରାଶ ପଦର୍ଶନ କରିଥିଲେ, କେବଳ ୨-୨ ରନ କରି ଫେରିଆସିଥିଲେ ।
ଏହା ପରେ ନିଉଜିଲାଣ୍ଡ ଦଳ କେବଳ ୪ ଵିକେଟ ହରାଇ ୧୮୦ ରନ ର ଛୋଟ ସ୍କୋର କୁ ୩୭.୧ ଓଭର ରେ ହାସଲ କରିଦେଇଥିଲେ। ନିଉଜିଲାଣ୍ଡ ପକ୍ଷରୁ ବିଲିଅମ୍ସନ ଆଉ ଟେଲର ସର୍ବାଧିକ ୬୭ ଆଉ ୭୧ ରନ କରି ଦଳ କୁ ଜିତେଇ ଦେଇଥିଲେ।