ଏଲିନା ଙ୍କ ସ୍ଥାନ ନେଲେ ଏହି ସୁନ୍ଦରୀ ଅଭିନେତ୍ରୀ, ସବ୍ୟସାଚୀଙ୍କ ସହ ପରଦା ରେ ନଜରକୁ ଆସିବେ

ବର୍ତମାନ ଓଡ଼ିଆ ଚଳଚିତ୍ର ଯେଉଁଥିରେ ସବ୍ୟସାଚୀ ମୁଖ୍ୟ ଭୁମିକା ରେ ଅଛନ୍ତି ତାହା ହେଲା ‘ମାଲ୍‌ ମହୁ ଜୀବନ ମାଟି ଭାଗ୍ୟର ନାହିଁ ଗ୍ୟାରେଣ୍ଟି’, ଏହି ଚଳଚିତ୍ର ବର୍ତମାନ ରିଲିଜ୍‌ ଅପେକ୍ଷାରେ ରହିଛି । ସମସ୍ତଙ୍କୁ ଜଣା ଯେ ‘ମାଲ୍‌ ମହୁ ଜୀବନ ମାଟି,ଭାଗ୍ୟର ନାହିଁ ଗ୍ୟାରେଣ୍ଟି’ରେ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ଏଲିନା ସାମନ୍ତରାୟ। ଓଡିଆ ଫିଲ୍ମଫେଆର ଆୱାଡସରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଏଲିନା ସାମନ୍ତରାୟ ହୋଇଥିଲେ । ଏହାର ଛତିଶଗଡ଼ି ଭର୍ସନରେ ଏଲିନା ନାହାଁନ୍ତି । ଏଥିରେ ସବ୍ୟସାଚୀଙ୍କ ନାୟିକା ଭାବେ ଅଭିନୟ କରିଛନ୍ତି ଓଲିଉଡର ଆଉ ଜଣେ ପରିଚିତା ଅଭିନେତ୍ରୀ । ସେ ହେଲେ ଲଭ୍‌ଲି।

ସବ୍ୟସାଚୀ -ଲଭଲିଙ୍କ ଯୋଡିର ଏହା ପ୍ରଥମ ସିନେମା । ଲଭଲି ଓଲିଉଡରେ ହିରୋଇନ୍‌ ଭାବେ ପ୍ରଥମେ ବାବୁସାନଙ୍କ ଅପୋଜିଟ୍‌ରେ ଫିଲ୍ମ ‘ରୋମିଓ ଦ ଲଭର ବୟ’ରେ କାମ କରିଥିଲେ। ତା’ପରେ ସେ ଅନୁଭବଙ୍କ ବିପକ୍ଷରେ ‘ଡନ୍‌’ରେ ନଜର ଆସିଥିଲେ । ଏହାପରେ ଲଭଲିଙ୍କୁ ଅରିନ୍ଦମ୍‌ଙ୍କ ସହିତ ‘ମିତରେ ମିତ’ରେ ଦେଖିବାକୁ ମିଳିଥିଲା ।

ଖାଲି ସେତିକି ନୁହେଁ,ଲଭଲି ପପୁ ପମ୍‌ ପମ୍‌ଙ୍କ ବିପକ୍ଷରେ ‘ଚଉକା ଛକା’ରେ ବି ନାୟକି ବନିଥିଲେ। ସେ ‘ମୁଁଏକା ତୁମର’ସିନେମାରେ ‘ମାଲୋ ମଲି ବିଛା କାମୁଡିଲା ରାତିରେ କାଲି…’ଭଳି ଆଇଟମ୍‌ ନମ୍ବର ବି କରିଛନ୍ତି ।‘ମାଲ୍‌ ମହୁ ଜୀବନ ମାଟି ଭାଗ୍ୟର ନାହିଁ ଗ୍ୟାରେଣ୍ଟି’ର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ ।

Leave a Reply