ଚେନ୍ନାଇ ମ୍ୟାଚ ଜିତିବା ପରେ ମଧ୍ୟ ଧୋନି ଅସନ୍ତୋଷ ଭାବରେ ପ୍ରକାଶ କଲେ ନିଜ ମନ୍ତବ୍ୟ, କହିଲେ ଏମିତି କିଛି …

ଦ୍ରୁତ ବୋଲର ଦୀପକ ଛାହର ଭଲ ବୋଲିଂ କରି ୨୦ ରନ ଦେଇ ୩ ଟି ମୂଲ୍ୟ ବନ ଵିକେଟ ନିଈଥିଲେ। ଫଳରେ ଏମେଏ ଚିଦବରମ ଷ୍ଟାଡିୟମରେ ଖେଳାଯାଇଥିବା ଚେନ୍ନାଇ ଓ କୋଲକାତା ମ୍ୟାଚ ମଧ୍ୟରେ କୋଲକାତାକୁ ୭ ଵିକେଟ ରେ ହରାଇଦେଇଛି । ଏଠାରେ ରେ ଲୋ ସ୍କୋରିଂ ର ମ୍ୟାଚ ଦେଖିବାକୁ ମିଳିଥିଲା ଟସ ଜିତି କୋଲକାତା କୁ ବ୍ୟାଟିଂ କରିବାକୁ କହିଥିଲା । ନିର୍ଧାରିତ ୨୦ ଓଭର ରେ ୯ ଟି ଵିକେଟ ହରାଇ ୧୦୮ ରନ ସଂଗ୍ରହ କରିପାରିଥିଲା ।

ଏହାର ଜବାବରେ ଚେନ୍ନାଇ ୧୭.୨ ଓଭର ରେ ୩ ଵିକେଟ ହରାଇ ୧୧୧ ରନ ସଂଗ୍ରହ କରିନେଇଥିଲା । ଶେଷରେ ଏହି୯ ମ୍ୟାଚ ରେ ଚେନ୍ନାଇ ଜିତିବାରେ ସକ୍ଷମ ହୋଇପାରିଥିଲା କିନ୍ତୁ ଧୋନି ପିଚ ଉପରେ ନିଜର ରାଗ ପ୍ରକଟ କରି ମ୍ୟାଚ ଶେଷରେ ପ୍ରେଜେଣ୍ଟ ସେରିମନି ରେ ହର୍ଷ ଭୋଗଲେ ଙ୍କ ସହ କଥାବାର୍ତା କରିଥିଲେ ।

ଏହି ସମୟରେ ରେ ଧୋନି କହିଥିଲେ ଯେ ” ମୋତେ ଲାଗୁନି ଯେ ଆମେ ଏପରି ପିଚ ରେ ଖେଳିବା ଦରକାର ,ଏହା ଅତାନ୍ତ୍ୟ ଲୋ ସ୍କୋରିଂ ର ପିଚ ଥିଲା । ବ୍ୟଟ୍ସ ମେନ ମାନଙ୍କୁ ବହୁତ ସମସ୍ୟା ସୃଷ୍ଟି କରିଥାଏ । ପ୍ରଥମ ବ୍ୟାଟିଂ ରେ ଏହା ଅଧିକ ସମସ୍ୟା ଦେଖାଦେଇଥାଏ । କିନ୍ତୁ କାକର ପଡିବାପରେ ପିଚ ରେ ପ୍ରଥମ ପାଳିଠୁ ଦ୍ୱିତୀୟ ପାଳି ରେ ବ୍ୟାଟିଂ କରିବା ଅଧିକ ସହଜ ଥିଲା “।

ଧୋନି ଏହି ପିଚ କୁ ନେଇ ପୂର୍ବରୁ ମଧ୍ୟ ନିଜର ଏପରି ମନ୍ତବ୍ୟ ଦେଇଥିଲେ । ଯାହା ଆଇପିଏଲ ର ଉଦ୍ଘାଟନୀ ମ୍ୟାଚରେ ବାଙ୍ଗଲୋର ୭୦ ରନ ରେ ଅଲଆଉଟ ହୋଇଯାଇଥିଲା ।

Leave a Reply