ପୁଣି ହାରିଗଲା ବାଙ୍ଗାଲୋର, ବିରାଟ ଙ୍କ ବିରାଟ ସ୍କୋର ବି ବଂଚେଇ ପାରିଲା ନାହିଁ ବାଙ୍ଗାଲୋର କୁ, ୨୦୬ ରନ ର ବିଶାଳ ସ୍କୋର କଲା ପରେ ବି ହାରିବାର କାରଣ କଁ କେବଳ ଆନ୍ଦ୍ରେ ରସେଲଙ୍କ ଭୟାନକ ବ୍ୟାଟିଙ୍ଗ ଥିଲା ? ପଢନ୍ତୁ ସଂକ୍ଷିପ୍ତ ଖବର…

ଆନ୍ଦ୍ରେ ରସେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୭ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫ଟି ବଲ ବାକିଥାଇ ୫ ଉଇକେଟରେ ପରାସ୍ତ କରିଛି ।

ବେଙ୍ଗାଲୁରୁରର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବାଙ୍ଗାଲୋର୍ ଟସ୍ ହାରି ବ୍ୟାଟିଂ ପାଇଥିଲା । ପାର୍ଥିବ ପଟେଲ୍ ଏବଂ ବିରାଟ କୋହଲି ମଧ୍ୟ ଦଳକୁ ଭଲ ଆରମ୍ଭ ଦେଇଥିଲେ। ପାୱାର ପ୍ଲେ’ ୬ ଓଭରରୁ ବିନା କ୍ଷତିରେ ୫୩ ରନ୍ ଆଦାୟ କରିଥିଲେ । କିନ୍ତୁ ୪ ଜଣ ସ୍ପିନରଙ୍କ ଜରିଆରେ ବୋଲିଂ କରାଇଥିବା କୋଲ୍କାତା ପ୍ରଥମେ ରନ୍ ହାରରେ ଅଙ୍କୁଶ ଲଗାଇଥିଲେ ମଧ୍ୟ କୋହଲି-ଡି’ଭିଲିୟର୍ସଙ୍କୁ ରୋକି ପାରିନଥିଲା ।
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ୩ ଉଇକେଟ ହରାଇ ୨୦୫ ରନ ସଂଗ୍ରହ କରିଥିଲା । ଜବାବରେ କୋଲକାତା ୧୯.୧ ଓଭରରେ ୫ ଉଇକେଟ ହରାଇ ୨୦୬ ରନ କରି ବିଜୟୀ ହୋଇଥିଲା । ଏଥିସହିତ ବାଙ୍ଗାଲୋର କ୍ରମାଗତ ପଞ୍ଚମ ପରାଜୟ ବରଣ କରିଛି। ମାତ୍ର ୧୩ଟି ବଲର ସମ୍ମୁଖୀନ ହୋଇ ଦ୍ରୁତ ଅପରାଜିତ ୪୮ ରନ କରିଥିବା ରସେଲ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
କୋହଲି କହିଲେ ମ୍ୟାଚ ହାରିବାର ମୁଖ୍ୟ କାରଣ :

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆନ୍ଦ୍ରେ ରସେଲଙ୍କ ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ ଜିତିଲା, ମାତ୍ର ବାଙ୍ଗାଲୋର ର ଖରାପ ଫିଲଡିଂଗ ୪ ଟି ମହତ୍ଵପୁର୍ଣ କ୍ୟାଚ ଡ୍ରପ ସହ ବଲିଙ୍ଗ ରେ ଖରାପ ପଦର୍ଶନ ବାଙ୍ଗାଲୋର ର ମ୍ୟାଚ ହାରିବାର ଗୋଟେ ମୁଖ୍ୟ କାରଣ ଅଟେ ।