ଆଇପିଏଲ ର ପ୍ରଥମ ୪ ଟି ମ୍ୟାଚ ହାରିଲା ପରେ ବାଙ୍ଗାଲୋର ତାର ପ୍ରଶଂସକଙ୍କୁ ନିରାଶ କରିଛି । ଆଜି ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟରେ ବାଙ୍ଗାଲେର କୋଲକାତା ନାଇଟ ବିରୁଦ୍ଧରେ ଖେଳିବ । କିଛି ପରୀକ୍ଷା ନିରୀକ୍ଷା କରିବା ସହ କେତୋଟି ପରିବର୍ତ୍ତନ କରି ବାଙ୍ଗାଲୋର ଏହି ମ୍ୟାଚ୍ରେ ବାଜି ମାରିବା ସହ ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି । ଜୟପୁରରେ ରାଜସ୍ଥାନ ରୟାଲ୍ସଠାରୁ କୋଲକାତା ୭ ଉଇକେଟରେ ପରାସ୍ତ ହୋଇଥିଲା। ଏବେ କୋଲକାତା ସନ୍ତୁଳିତ ଦଳ କୋଲକାତା ନାଇଟ ରାଇଡର୍ସକୁ ଭେଟିବ। କୋଲକାତା ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳି ୨ଟିରେ ବିଜୟ ହାସଲ କରିଛି।

ବ୍ୟାଟିଂ ବିପର୍ଯ୍ୟୟ ବାଙ୍ଗାଲୋର ପାଇଁ ଚିନ୍ତା ସୃଷ୍ଟି କରିଛି। ସବୁଠୁ ବଡ଼ କଥା ହେଉଛି ଅଧିନାୟକ କୋହଲିଙ୍କ ଫର୍ମରେ ଅବନତୀ ହୋଇଛି। ନିଜ ଯଶ ତଥା ଦକ୍ଷତା ଅନୁରୂପ ପ୍ରଦର୍ଶନ କରିବାରେ ସେ ବିଫଳ ହୋଇଛନ୍ତି। ୪ଟି ମ୍ୟାଚ୍ରେ ସେ ୨୦ ହାରରେ ରନ୍ ସଂଗ୍ରହ କରିଛନ୍ତି। କେବଳ ପାର୍ଥିବ ପଟେଲ ଓ ଅଭିଜ୍ଞ ଏବି ଡଭିଲର୍ସ ୨୦ରୁ ଅଧିକ ହାରରେ ରନ୍ ସଂଗ୍ରହ କରିଛନ୍ତି।

ବର୍ତମାନ କୋଲକାତାର ଆତ୍ମବିଶ୍ୱାସ ଉଚ୍ଚରେ ରହିଛି। ନୀତୀଶ ରାଣା, ଆନ୍ଦ୍ରେ ରସେଲ, ରବିନ ଉଥାପ୍ପା ଓ ଶୁବମନ ଗିଲ ଭଲ ଫର୍ମରେ ରହିଛନ୍ତି। ରସେଲ ଦମ୍ଦାର ବ୍ୟାଟିଂ କରି କୋଲକାତାକୁ ୨ଟି ମ୍ୟାଚ୍ରେ ଜିତାଇଛନ୍ତି। ରାଣା ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି। ସେ ପ୍ରଥମ ଦୁଇଟି ମ୍ୟାଚ୍ରେ ଦମ୍ ଦେଖାଇଛନ୍ତି। ଶବମନଙ୍କୁ ଭବିଷ୍ୟତା ତାରକା କୁହାଯାଉଥିବା ବେଳେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।
ଆସନ୍ତୁ ଦେଖିବା ବାଙ୍ଗାଲୋର ର ୫ ଜଣ ନୂଆ ଖେଳାଳି ଙ୍କୁ ଯାହା ଏହି ମ୍ୟାଚ ରେ ଦେଖିବାକୁ ମିଳି ପାରନ୍ତି:

୧. ହେନରୀକ କ୍ଳାସଏନ
୨. ପବନ ନେଗୀ
୩. ଶୁଭମ ଦୁବେ
୪. ନାଥନ କୁଲାଟର ନୟନ
୫. ୱାସିଂଟନ ସୁନ୍ଦର
ଏହି ପରିବର୍ତନ ଦ୍ୱାରା କଣ ବାଙ୍ଗାଲୋର ମ୍ୟାଚ ଜିତିବାରେ ସକ୍ଷମ ହେବ ? ଆପଣଙ୍କ ମତାମତ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଦିଅନ୍ତୁ