ହରିଣ ର ଆଖି ରୁ ହିଁ ଜଣାପଡିଗଲା ପିଲା ତା ପଛରେ ବୁଲିବାର ରହସ୍ୟ, ତାପରେ ପିଲା କହିଲା ପୁରା କାହାଣୀ

ଆମେରିକା ର ରହୁଥିବା ଏହି ଛୋଟ ପିଲା ସବୁବେଳେ ସ୍କୁଲ ଯିବା ପୂର୍ବରୁ ଗୋଟେ ଜଙ୍ଗଲୀ ହରିଣ ସହ ବୁଲୁଥିଲା । ପିଲା ର ଏହି ପରି ହରିଣ ସହ ନିତିଦିନିଆ ବୁଲିବା ଦେଖି ପଡୋଶୀ ଆଶ୍ଚର୍ଯ୍ୟ ହୋଇଗଲେ, ଆଉ ତାପଛରେ ଥିବା କାରଣ ଜାଣିବା ପାଇଁ ଗୋଟେ ଦିନ ତାର ପଛରେ ଗଲେ ।

ଘଟଣା ଏହି ପରି ଥିଲା ସ୍ୱିକାଗୋ ରେ ରହୁଥିବା ୧୦ ବର୍ଷ ର ଗୋଟେ ଛୋଟ ପିଲା ସବୁବେଳେ ହରିଣ ସହ ବୁଲୁଥିଲା, ଏହା ପଡୋଶୀ ଦେଖି ତାର ଫୋଟୋ ସୋସିଆଲ ମିଡିଆରେ ସେର କଲେ । ପଡୋଶୀ ପିଲା ର ପଛରେ ଯାଇ ଦେଖିଲେ ତ ହରିଣ ଟି ଅନ୍ଧ ଥିଲା, ସେଥିପାଇଁ ସେ ପିଲା ଟି ହରିଣ କୁ ଘାସ ଖୁଆଇବା ପାଇଁ ପ୍ରତିଦିନ ତା ସହ ବୁଲୁଥିଲା ଆଉ ପାଖରେ ଥିବା ପାର୍କ କୁ ନେଇ ତାକୁ ଘାସ ଦେଉଥିଲା ।

ଏହା ଦେଖି ପଡୋଶୀ ସେ ଛୋଟ ପିଲା ର ଫୋଟୋ ସୋସିଆଲ ମିଡ଼ିଆ ରେ ସେର କରି ପିଲା ବିଷୟରେ ଲେଖିଥିଲେ । ପଡୋଶୀ ଅନୁସାରେ ଯେଉଁ ସମୟରେ ତାଙ୍କୁ ଆଉ ତାଙ୍କ ପତ୍ନୀ ଙ୍କୁ ଏହି ଘଟଣା ବିଷୟରେ ଜଣା ପଡିଲା ତ ସେମାନେ ଭାବୁକ ହୋଇଗଲେ । ତାପରେ ସେମାନେ ସେ ହରିଣ ର ସାହାର୍ଯ୍ୟ ପାଇଁ ବାଇଲଡ ଲାଇଫ ଗ୍ରୁପ କୁ ଫୋନ କଲେ, ଜାଫଳରେ ସେ ହରିଣ ସୁରକ୍ଷିତ ରହିବ ।

ହରିଣ ଚାଲିଗଲା ପରେ ସେ ଛୋଟ ପିଲା କହିଲା “କିଛି ଦିନ ତଳେ ମୁ ସେ ହରିଣ ସହ ମିଶିଥିଲି, ଆଉ ମୁ ତାକୁ ବହୁତ ପସନ୍ଦ କରୁଥିଲି” । ବାଇଲଡ ଲାଇଫ ଗ୍ରୁପ ହରିଣଙ୍କୁ ନେଲା ବେଳେ ସେ ପିଲା ହରିଣ ଉପରେ କୌଣସି ଅଧିକାର କଲା ନାହିଁ । ପିଲା ଅନୁସାରେ ସେ କେବଳ ହରିଣ ର ଭଲ ଚାହୁଁଥିଲା ଆଉ ସେ ସମ୍ପୂର୍ଣ ଭାବରେ ଠିକ ହେଇଯାଉ ବୋଲି ସେ ଚାହୁଁଥିଲା ।

Leave a Reply