ଅଢେଇ ଘଣ୍ଟାର ଏକ ଫିଲ୍ମ କୁ ମାତ୍ର ଗୋଟେ ସେକେଣ୍ଡ ରେ ଡାଉନଲୋଡ଼ କରିପାରିବେ…

ଇଣ୍ଟେର୍ନେଟ ଜମାନା ର ଏକ ନୂଆ ଟେକନିକ ୫-ଜି ଲଞ୍ଚ ହେବାପାଇଁ ପ୍ରସ୍ତୁତ ହୋଇସାରିଛି । ୨ଜି, ୩ଜି ,୪ଜି ନେଟୱାର୍କ ପରେ ବର୍ତମାନ ଦକ୍ଷିଣ କୋରିଆ ୫ ଏପ୍ରିଲ ରେ ପୁରା ଦେଶ ରେ ୫ ଜି ନେଟୱାର୍କ ର ସୁବିଧା ପ୍ରଦାନ କରିବାକୁ ଯାଉଛି । ଏହା କରିବା ପରେ ଦକ୍ଷିଣ କୋରିଆ ଦେଶରେ ସର୍ବପ୍ରଥମ ୫ଜି ନେଟୱାର୍କ ପ୍ରଦାନ କରିବ ।

୫ଜି ନେଟୱାର୍କ ଆସିବା ପରେ ଇଣ୍ଟରନେଟ ସେବା ୨୦ ପ୍ରତିଶତ ଇଣ୍ଟେର୍ନେଟ ର୍ସ ସ୍ପିଡ଼ ବଢ଼ିପାରିବ । ଭାରତରେ ମଧ୍ୟ ଆଗାମୀ ବର୍ଷ ସୁଦ୍ଧା ଏହି ସୁବିଧା ଉପଲବ୍ଧ ହେବାର ଶୁଣାଯାଉଛି । ଏହା ପାଇଁ ଅଗଷ୍ଟ ଏବଂ ସେପ୍ଟମ୍ବର ରେ ସ୍ପେକ୍ଟରମ ର ନିଲାମୀ ହେବା ପାଇଁ ଯାଉଛି । ସ୍ପେକ୍ଟରମ ଏହା କୁ କିଣିବା ପରେ ଇଁଫ୍ରାଷ୍ଟ୍ରକ୍ଚର ତିରି କରିବ । ତା ପରେ ଏହାର ସର୍ଭିସେସ କୁ ଶୁଭାରମ୍ଭ କରିବ ।

୪ ଜି ର ସ୍ପିଡ଼ ଏବେଯାଏଁ ୪୫ ମେଗା ବାଇଟ ପ୍ରତି ସେକେଣ୍ଡ ଭାବେ ଅଧିକତମ ରେକର୍ଡ କରିପାରିଛି । କିନ୍ତୁ ୫ଜି ରେ ଏହା ବଢି ୧ଗିଗା ବାଇଟ ହୋଇଯିବ । ଫଳରେ ଅଢେଇ ଘଂଟାର ଏକ ଫିଲ୍ମ କୁ ଗୋଟେ ସେକେଣ୍ଡ ସମୟରେ ଡାଉନଲୋଡ଼ କରିପାରିବେ ।

ଦକ୍ଷିଣ କୋରିଆ ପରେ ଆମେରିକା ଓ ଚୀନ ମଧ୍ୟ ଏହିସେବା ଉପଲବ୍ଧ କରିବ । ଏହି ଟେକନିକ ବା ଜ୍ଞାନ କୌଶଳ ସବୁଠାରୁ ଅଧିକ ଲାଭପ୍ରଦ ହବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୁ ଏବଂ ବଜାର ଆଉ ବ୍ୟବହାର କାରି ସେବା ସେକ୍ଟର ଉପରେ ସର୍ବାଧିକ ପ୍ରଭାବ ପଡିବ ।

Leave a Reply

Your email address will not be published. Required fields are marked *