ଆଇପିଏଲ ୧୨ ର ପ୍ରଥମ ମ୍ୟାଚ ରେ ଚେନ୍ନାଇ ସୁପର କିଙ୍ଗ ଅତି ସରଳ ରେ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ମାତ୍ର ୭୦ ରନ୍ରେ ଅଲଆଉଟ୍ କରି ମୁକାବିଲାକୁ ଅତି ସହଜରେ ୭ ୱିକେଟ୍ରେ ଜିତିନେଇଛି ମହେନ୍ଦ୍ର ସିଂହ ଧୋନିଙ୍କ ଦଳ। ସ୍ପିନରଙ୍କ କମାଲ ପରେ ଅମ୍ବାତି ରାୟୁଡୁଙ୍କ ଧୈର୍ଯ୍ୟପୂର୍ଣ୍ଣ ୨୮ ରନ୍ ସହିତ ଚେନ୍ନାଇ କିନ୍ତୁ ପ୍ରଭାବହୀନ ବିଜୟ ହାସଲ କରିଥିଲା।

ଆଇପିଏଲ୍ରେ ପ୍ରଥମ ଖେଳାଳି ଭାବେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ୫୦୦୦ ରନ ପୂରଣ କରି ଇତିହାସ ସୃଷ୍ଟି କରିଛନ୍ତି। ଏହି ସଫଳତା ପାଇଁ ସେ ମାତ୍ର ୧୫ ରନ ଆବଶ୍ୟକ କରୁଥିଲେ। ଶନିବାର ଖେଳାଯାଇଥିବା ବାଙ୍ଗାଲୋର ବିପକ୍ଷ ଉଦ୍ଘାଟନୀ ମ୍ୟାଚରେ ସେ ୧୯ ରନ କରିବା ସହ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ୧୭୭ଟି ଆଇପିଏଲ୍ ମ୍ୟାଚ୍ ଖେଳି ସେ ଗୋଟିଏ ଶତକ ଓ ୩୫ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ସେ ମଧ୍ୟ ୩ଥର ଆଇପିଏଲ୍ର ଗୋଟିଏ ସଂସ୍କରଣରେ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ୨୦୧୩ ସଂସ୍କରଣରେ ସେ ୫୪୮ ରନ କରି ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।

୧୭ ବଲ୍ ପୂର୍ବରୁ ହିଁ କୋହଲି ଦଳ ୭୦ ରନ୍ରେ ସୀମିତ ହୋଇଯାଇଥିଲା। ୭୦ ରନ୍ ବିଜୟ ଲକ୍ଷ୍ୟ ହାସଲ କରିବାକୁ ୧୮ ଓଭର ଖେଳିଥିଲା। ସେନ୍ ୱାଟସନ୍ ୧୦ ବଲ୍ ଖେଳିଥିଲେ ମଧ୍ୟ ଖାତା ଖୋଲିବା ପୂର୍ବରୁ ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। ସୁରେଶ ରାଇନା (୧୯, ୨୧ ବଲ, ୩ ଚୌକା) ଏବଂ ଅମ୍ବାତି ରାୟୁଡୁ (୨୮, ୪୨ ବଲ, ୨ ଚୌକା, ୧ ଛକା) ବେଶ ଧୈର୍ଯ୍ୟର ସହ ଏହି ମନ୍ଥର ପିଚ୍ରେ ବ୍ୟାଟିଂ କରିଥିଲେ। ରବୀନ୍ଦ୍ର ଜାଦେଜା ଏବଂ କେଦାର ଯାଦବ ମ୍ୟାଚ୍ ଶେଷ କରିଥିଲେ।
ନିଜର ଖରାପ ରେକର୍ଡ କୁ ନିଜେ ହିଁ ଭାଙ୍ଗିଲା ବାଙ୍ଗାଲୋର, ୨୦୦୮ ରେ ପ୍ରଥମ ମ୍ୟାଚ ରେ କୋଲକାତା ବିରୁଦ୍ଧରେ ଟିମ ୮୨ ରନ ରେ ଆଲ ଆଉଟ ହୋଇଯାଇଥିଲା । ବର୍ତମାନ ଚେନ୍ନାଇ ବିରୁଦ୍ଧରେ ୭୦ ରନ ରେ ଆଲ ଆଉଟ ହୋଇ ନିଜ ରେକର୍ଡ କୁ ହିଁ ଭଣ୍ଡି ଦେଲା ବାଙ୍ଗାଲୋର ।