ମରଣ ମୁହଁ ରୁ ଅଳ୍ପକେ ବଞ୍ଚି ଆସିଲେ ଏହି ବାଙ୍ଗଲାଦେଶ କ୍ରିକେଟ ଟିମ ନିଉଜ଼ଲାଣ୍ଡ ଗସ୍ତରୁ ଫେରିଲେ ସ୍ବଦେଶ ।

ନିଉଜ଼ଲାଣ୍ଡ ଗସ୍ତ ରେ ଯାଇଥିବା ବାଙ୍ଗଲା ଦେଶ ୩ଟି ଟେଷ୍ଟ ମ୍ୟାଚ ସିରିଜ଼ ଖେଳିବା ପାଇଁ କିନ୍ତୁ ବର୍ତମାନ ସମସ୍ୟା ଦେଖାଯାଇଛି । ନିଉଜ଼ଲାଣ୍ଡ ର ଫ୍ରାଇଷ୍ଟ ଚର୍ଚ୍ଚ ରେ ଶୁକ୍ରବାର ଦିନ ନମାଜ ପଢିବା ପାଇଁ ଯାଇଥିବା ବାଙ୍ଗଲା ଦେଶ ଖେଳାଳି ଅଲ ନୁର ମସଜିଦ ପହଂଚିଥିଲେ । ଠିକ ସେହି ସମୟରେ ଏକ ବନ୍ଧୁକ ଧାରୀ ଆଖିବୁଜା ଗୁଳି ମାରିବା ଆରମ୍ଭ କରିଦେଇଥିଲା ଏହି ଗୋଲାବାରି ରେ ସମସ୍ତ ବାଙ୍ଗଲାଦେଶ ଖେଳାଳି ଅଳ୍ପକେ ବଞ୍ଚି ଯାଇଛନ୍ତି । ଏବଂ ନୁଁଜ଼ଲାଣ୍ଡ ଗସ୍ତରୁ ତୁରନ୍ତ ସେ ସ୍ବଦେଶ ଫେରିଯାଇଛନ୍ତି ।

କାଲି ହି ସେହି ନିଉଜ଼ଲାଣ୍ଡ ର ଫ୍ରାଇଷ୍ଟ ଚର୍ଚ୍ଚ ଠାରେ ଦୁଇ ଦେଶ ମଧ୍ୟରେ ଖେଳାଯିଥାନ୍ତା। କିନ୍ତୁ ଏହି ଘଟଣା ହେବ ଫଳରେ ଖେଳ ହେଵକୀ ନାହିଁ ନେଇ ଆଶଙ୍କା କରାଯାଉଛି । ସେହି ଘଟଣା ଘଟିବ ସମୟରେ ବାଙ୍ଗଲା ଦେଶ ଖେଳାଳି ତାମିମ ଇକୱାଲ ଉପସ୍ଥିତ ଥିଲେ ଏବଂ ପରେ ସେ ଏହି ବିଷୟରେ ସବୁ କିଛି କହିଥିଲେ ଏବଂ ସମସ୍ତେ ଅଳ୍ପକେ ମରଣ ମୁହଁରୁ ବଞ୍ଚି ଯାଇଛନ୍ତି ବୋଲି କହିଥିଲେ ।

ଏବଂ ଏକ ଟ୍ୱିଟ ମାଧ୍ୟମରେ ଏହି ଦିଗଜ ଖେଳାଳି କହିଛନ୍ତି ଯେ ଆକ୍ରମଣ କରି ଠୁ ସମସ୍ତ ଖେଳାଳି ସହ ପୁରା ଟିମ ସୁରକ୍ଷିତ ଅଛୁ ଏବଂ ଆମେ ସମସ୍ତେ ଏହି ବନ୍ଧୁକ ଧାରୀ ର ଆଖିବୁଜା ଗୁଳି ମାରିବା ଦେଖି ଡରି ଯାଇଥିଲୁ । ଏବଂ ଆମପାଇଁ ଭଗବାନ ଙ୍କୁ ପ୍ରାଥନା କରନ୍ତୁ ବୋଲି ମଧ୍ୟ ସେ କହିଛନ୍ତି ।

Leave a Reply