ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟି ମ୍ୟାଚ ଥବା ଶୃଙ୍ଖଳା କାଲି ସମାପ୍ତ ହୋଇଛି, ଶୃଙ୍ଖଳା କୁ ଜିତିବା ଆଶା ରେ ଗ୍ରାଉଣ୍ଡ କୁ ଓଲ୍ହାଇଥିବା ଭାରତୀୟ ଟିମ କୁ ପରାଜୟ ର ସମ୍ମୁଖୀନ ହେବାକୁ ପଡିଛି। ଏହି ଶୃଙ୍ଖଳା ରେ ବେଟିଂ , ବୋଲିଂ ଆଉ ଫିଲଡିଂ ରେ ନିନ୍ଦନୀୟ ପଦର୍ଶନ ଟିମ ଉପରେ ଭାରି ପଢିଛି।
ପ୍ରଥମ ଦୁଇଟି ମ୍ୟାଚ୍ରେ ପରାସ୍ତ ହେବା ସତ୍ତ୍ୱେ ଅଷ୍ଟ୍ରେଲିଆ ସଫଳ ପ୍ରତ୍ୟାବର୍ତ୍ତନ କରି ଦିନିକିଆ ସିରିଜକୁ କବ୍ଜା କରିବାରେ ସକ୍ଷମ ହୋଇଛି। ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୩୫ ରନରେ ଭାରତକୁ ପରାସ୍ତ କରିଛି। ଫଳରେ ଏହି ଦଳ ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୨ରେ ଜିତି ଯାଇଛି।
ନିର୍ଣ୍ଣାୟକ ଦିଲ୍ଲୀ ଦିନିକିଆକୁ ଭାରତ ୩୫ ରନ୍ରେ ହାରିଯାଇଛି। ତା’ ସହ ପାଞ୍ଚ ଟିକିଆ ଶୃଙ୍ଖଳାକୁ ୨-୩ରେ ହାତଛଡ଼ା କରିଛି। ୨୭୩ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତ ଫିରୋଜ ଶାହା କୋଟ୍ଲା ପଡ଼ିଆରେ ପୂର୍ବ କମାଲ ଦେଖାଇବାରେ ଆରମ୍ଭରୁ ଅସମର୍ଥ ହୋଇଥିଲା। ଫଳରେ ନିର୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୩୭ ରନ୍ କରି ପାରିଥିଲା।
ଏହା ପରେ ବିଶ୍ୱକପ କୁ ନେଇ ବିବାଦ ସୃଷ୍ଟି ହେଇଚି, ଭାରତୀୟ ଟିମ ର ଖରାପ ପଦର୍ଶନ BCCI ପାଇଁ ଚିନ୍ତା ର କାରଣ ହେଇଚି। ମାତ୍ର ଅଷ୍ଟ୍ରେଲିଆ ଭାରତରେ ଭାରତ କୁ ଶୃଙ୍ଖଲା ରେ ହରେଇ ବିଶ୍ୱକପ କୁ ସେ ଜିତିବାରେ ସକ୍ଷମ ବୋଲି ପ୍ରମାଣ କରିଛି।