BCCI ଜାରି କଲା ନୂଆ ଲିଷ୍ଟ, ଜାଣିଛନ୍ତି କାହାକୁ କେତେ ଟଙ୍କା ମିଳୁଛି? ଯଶପ୍ରୀତ ବୁମରାହା ଙ୍କ ବେତନ ଦେଖି ଆଶ୍ଚର୍ଯ୍ୟ ହେଇଯିବେ…

କେଉଁ ଭାରତୀୟ ଖେଳାଳୀ ଙ୍କୁ କେତେ ଦରମା ମିଳିବ ଏହାର ଘୋଷଣା ଗୁରୁବାର ରାତିରେ କରାଯାଇଛି। ବିସିସିଆଇ ସବୁ ଭାରତୀୟ ଖେଳାଳୀ ଙ୍କ “ଈ କଣ୍ଟେକ୍ଟ ଲିଷ୍ଟ” ଜାରି କରିଛି। ନୁଆ ଅନୁବନ୍ଧ ଅନୁଯାଇ ବୋର୍ଡ କେବଳ ୩ ଜଣ ଖେଳାଳୀ ଙ୍କୁ ସବୁଠାରୁ ଅଧିକ ଦରମା ଦେବ। ଯେଉଁଥିରେ କ୍ଯାପ୍ଟେନ ବିରାଟ କହୋଲି, ଉପ କ୍ଯାପ୍ଟେନ ରେହିତ ଶର୍ମା ଓ ଜସପ୍ରିତ ବୁମରାହ ଏହି ଲିଷ୍ଟ ରେ ଅଛନ୍ତି।

ଏହି ୩ ଜଣ ଙ୍କୁ A+ ଗ୍ରେଡ ରେ ରଖାଯାଇଛି। ଏମାନଙ୍କୁ ୭ କୋଟି ଟଙ୍କା ମିଳିବ। ଗତ ବର୍ଷ ଏହି ଲିଷ୍ଟ ରେ ଶିଖର ଧବନ ଓ ଭୁବନେଶ୍ବର କୁମାର ସାମିଲ ଥିଲେ। ଗତ କିଛି ଦିନ ତାଙ୍କ ର ପ୍ରଦର୍ଶନ ପୂର୍ବ ଭଳି ନଥିବାରୁ ସେମାନ ଙ୍କୁ ଏଥିରୁ ବାଦ ଦିଆ ଯାଇଛି।

ଭାରତୀୟ ଯୁବ ବିକେଟକିପର ଋଷଭ ପଂତ ଟେଷ୍ଟ, ଏକଦିବସୀୟ ଓ ଟି-20 ରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ପୁରଷ୍କାର ମିଳିଲା। ପଂତ କୁ A ଗ୍ରେଡ ରେ ସାମିଲ କରାଯାଇଛି ଯେଉଁଥିରେ ଏମଏସ ଧୋନି ମଧ୍ଯ ଅଛନ୍ତି। ଏହି ଲିଷ୍ଟ ରେ ୧୧ ଜଣ ଖେଳାଳୀ ଙ୍କ ନାମ ରହିଛି। ମହେନ୍ଦ୍ର ସିଂହ ଧୋନି, ଶିଖର ଧବନ, ଋଷଭ ପଂତ, ଭୁବନେଶ୍ବର କୁମାର, ରବିଚଂଦନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଚେତେଶ୍ବର ପୂଜାରା, ଆଜିଂକ୍ଯ ରହାଣେ, ଇଶାନ୍ତ ଶର୍ମା, କୂଲଗୀପ ୟାଦବ, ଓ ମହମ୍ମଦ ଶାମି ସାମିଲ ଅଛନ୍ତି। ଏମାନଙ୍କ ଦରମା ୫ କୋଟି ଟଙ୍କା।

B ଗ୍ରେଡ ରେ ୪ ଜଣ ଖେଳାଳୀ ଅଛନ୍ତି। ହାର୍ଦ୍ଦିକ ପାଂଡ୍ଯା, କେଏଲ ରାହୁଲ, ଉମେଶୟାଦବ ଓ ୟୁଜବେଂଦ୍ନ ଚହଲ ଅଛନ୍ତି ଏମାନଙ୍କ ଦରମା ୩ କୋଟି ଟଙ୍କା।

C ଗ୍ରେଡ ରେ ୭ ଜଣ ଖେଳାଳୀ ଙ୍କୁ ରଖାଯାଇଛି। ଯେଉଁଥିରେ କେଦାର ଜାଦବ, ଦିନେଶ କାର୍ତ୍ତିକ, ଅଂବାନୀ ରାୟଡୁ, ମନୀଷ ପାଂଡେ, ହନୁମାବ ବିହାରୀ, ଖଲୀଲ ଅହମଦ ଓ ରିଦ୍ନିମାନ ସାହା ଅଛନ୍ତି।ଏମାନଙ୍କ ଦରମା ୨ କୋଟି ଟଙ୍କା।

Leave a Reply