IND vs AUS : ଅଷ୍ଟ୍ରେଲିଆ ସହ ମ୍ୟାଚ ଜିତି ଇଣ୍ଡିଆ ପାକିସ୍ତାନ କୁ ପଛରେ ପକେଇ ଦେଲା, ଆଉ ରଚିଲା ଇତିହାସ ।

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ମେଚ ଜିତି ସିରିଜ଼ ୨-୦ ଆଗୁଆ ରହିଛି । ଏହାସହ ୫୦୦ ଏକ ଦିବସୀୟ ମେଚ ଜିତି ଥିବା ବିଶ୍ୱର ଦ୍ୱିତୀୟ ଦଳ ଭାବେ କୀର୍ତ୍ତିମାନ ହାସଲ କରିଛି। ଦୁଇଥର ବିଶ୍ୱ କପ ଜିତିଥିବା ଭାରତ (୧୯୮୩ ଏବଂ ୨୦୧୧) ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୧୩୩ ମେଚ ରେ ୪୯ ଟି ମେଚ ଜିତିବାରେ ସଫଳ ହେବା ସହ ୭୪ ମେଚ ରେ ପରାଜୟ କରିଛି ଏବଂ ୱେଷ୍ଟଇଣ୍ଡିଜ଼ ବିରୁଦ୍ଧରେ ୧୨୬ ମେଚ ରେ ୫୯ ମେଚ ଜିତିଥିବା ବେଳେ ୬୨ ମେଚ ରେ ପରାଜୟ କରିଛି।

ଭାରତ ନିଜ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ୧୩୧ ମେଚ ଖେଳି ୫୪ ମେଚ ରେ ଜିତିଥିବା ବେଳେ ୭୩ ମେଚ ରେ ପରାଜୟ ହୋଇଛି। ଏବଂ ଇଂଲଣ୍ଡ ବିରୁଦ୍ଧରେ ୯୯ ମେଚ ଖେଳି ୫୩ ମେଚ ଜିତିଥିବା ବେଳେ ୪୧ ମେଚ ରେ ପରାଜୟ କରିଛି। ଏହାସହ ବାଙ୍ଗଲାଦେଶ ବିପକ୍ଷରେ ଭାରତ ୩୫ ମେଚ ଖେଳି ୨୯ ମେଚ ଜିଥିବା ବେଳେ ୫ ଟି ମେଚ ରେ ପରାଜୟ କରିଛି।

ଏହାସହ ଭାରତ ଆଇରଲେଣ୍ଡ ବିପକ୍ଷରେ ୩ ଟି ମେଚ ଖେଳି ୩ ଟି ଯାକ ମେଚ ଜିତିଛି ଏବଂ ଶ୍ରୀଲଙ୍କା ବିରୁଦ୍ଧରେ ଏବେଯାଏଁ ୧୫୮ ମେଚ ଖେଳି ୯୦ ଟି ମେଚ ଜିତିଥିବା ବେଳେ ୫୬ ରେ ପରାଜୟ କରିଛି ଏବଂ ଏହା ସହ ଆଫ୍ଗାସ୍ତାନ ବିରୁଦ୍ଧରେ ଗୋଟିଏ ମେଚ ଖେଳି ସେହି ମେଚ ମଧ୍ୟ ବିଜୟ ହାସଲ କରିଛି।

ଏହା ସହ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୮୩ ମେଚ ଖେଳି ୩୪ ଟି ମେଚ ଜିତିବାରେ ସକ୍ଷମ ହୋଇଥିବା ବେଳେ ୪୬ ମେଚ ରେ ପରାଜୟ ହୋଇଛି ଏବଂ ନିଉଜଲାଣ୍ଡ ବିପକ୍ଷରେ ୧୦୬ ମେଚ ରେ ୫୫ ମେଚ ଜିତିଥିବା ବେଳେ ୪୫ ମେଚ ରେ ପରାଜୟ ହୋଇଛି ଭାରତ ।

ଜିମ୍ବାବେ ବିରୁଦ୍ଧରେ ଭାରତ ଏବେଯାଏଁ ୬୩ ମେଚ ଖେଳି ୫୧ ମେଚ ଜିତିଥିବା ବେଳେ ୧୦ ଟି ମେଚ ରେ ପରାଜୟ ହୋଇଛି ।ଏବଂ ସଂଯୁକ୍ତ ଆରବ ଅମିରତ ବିରୁଦ୍ଧରେ ୩ ଟି ମେଚ ଖେଳି ୩ ଟି ଯାକ ମେଚ ଜିତିବାରେ ଗୌରବ ହାସଲ କରିଛି। ଏବଂ ଭାରତ ନେଦରଲାଣ୍ଡ ବିପକ୍ଷରେ ୨ ଟି ଓ ହଂକଂ ବିରୁଦ୍ଧରେ ମଧ୍ୟ ୨ ଟି ମେଚ ବିଜୟ ହାସଲ କରିଛି ଏହାସହ କେନିଆ ବିରୁଦ୍ଧରେ ୧୩ ଟି ମେଚ ରୁ ୧୧ ଟି ମେଚ ଜିତିସାରିଛି ଏବଂ ସ୍କଟଲାଣ୍ଡ ବିରୁଦ୍ଧରେ ୧ ମେଚ ଖେଳି ଏହି ମେଚ ମଧ୍ୟ ଜିତିବାରେ ଗୌରବ ହାସଲ କରିଛି।

ଆସନ୍ତୁ ଜାଣିବା ଆଜିଯାଏ କୋଉ ଦେଶ କେତୋଟି ଏକଦିବସୀୟ ମେଚ ଜିତିବାରେ ସକ୍ଷମ ହୋଇପାରିଛି :

ଅଷ୍ଟ୍ରେଲିଆ ୯୨୯ ମେଚ ଖେଳି ୫୫୮ ମେଚ ଜିତିବା ସହ ୩୨୩ ପରାଜୟ କରିଛି

ଭାରତ ୯୩୬ ମେଚ ଖେଳି ୫୦୦ ମେଚ ଜିତିବା ସହ ୪୧୪ ପରାଜୟ ହୋଇଛି

ପାକିସ୍ତାନ 907 ମେଚ ଖେଳି ୪୭୯ ଜିତିବା ସହ ୪୦୧ ପରାଜୟ ହୋଇଛି

ୱେଷ୍ଟଇଣ୍ଡିଜ଼ ୭୯୩ ମେଚ ଖେଳି ୩୯୦ ଜିତିବା ସହ ୩୬୫ ପରାଜୟ ହୋଇଛି

ଦକ୍ଷିଣ ଆଫ୍ରିକା ୬୦୬ ମେଚ ଖେଳି ୩୭୪ ଜିତିବା ସହ ୨୦୧ ମେଚ ପରାଜୟ ହୋଇଛି

ଇଂଲଣ୍ଡ ୭୨୬ ମେଚ ଖେଳି ୩୬୨ ମେଚ ଖେଳି ୩୩୦ ପରାଜୟ ହୋଇଛି

ନିଉଜ଼ଲାଣ୍ଡ ୭୫୮ ମେଚ ଖେଳି ୩୪୨ ମେଚ ଜିତିବା ସହ ୩୭୦ ମେଚ ରେ ପରାଜୟ ହୋଇଛି।

Leave a Reply