ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ମେଚ ରେ ପୁଣି ଦେଖିବାକୁ ମିଳିଥିଲା ଏକ ରୋମାଞ୍ଚକର ଷ୍ଟମ୍ପିଙ୍ଗ ଯାହା ଵେଷ୍ଟମେନ କୁ ପାଭିଲିଅନ ପଠେଇଦେଇଥିଲେ । ଭାରତ ୫ ମେଚ ବିଶିଷ୍ଟ ସିରିଜ଼ରେ ପ୍ରଥମ ଏକଦିବସରେ ଅଷ୍ଟ୍ରେଲିଆକୁ ୬ ଵିକେଟ ରେ ହରେଇଦେଛି , ଟିମ ଇଣ୍ଡିଆ ର ପରମ୍ଭରେ ୪ଗୋଟି ଵିକେଟ ହରେଇ ବେଟିଂ ବିପର୍ଜୟ ଘଟିଥିଲା । କେଦାର ଯାଦବ ଙ୍କ ୮୧ ରନ ଓ ଧୋନି ଙ୍କ ୫୯ ରନ ସହାୟତାରେ ଭାରତକୁ ଜିତାଇବାରେ ସାହାଯ୍ୟ କରିଥିଲା ।
ଭାରତକୁ ନିର୍ଧାରିତ ୫୦ ଓଭର ରେ ୨୩୭ ରନ ର ଟାର୍ଗେଟ ଦେଇଥିଲା କଙ୍ଗାରୁ ଦଳ ହେଲେ ଜବାବରେ କୋହଲି ୪୪ ରନ ,ରୋହିତ ଶର୍ମା ୩୭ ରନ ର ପାଳି ଖେଳିଥିଲେ ,ଏହାପରେ ଭାରତ କେବଳ ୯୯ ରନ ରେ ୪ ଗୋଟି ମୂଲ୍ୟବାନ ଵିକେଟ ହରେଇ ଦେଇଥିଲା କିନ୍ତୁ ପରେ ଧୋନି ଏବଂ କେଦାର ଯାଦବ ଭାରତ କୁ ଜିତାଇବାରେ ସକ୍ଷମ ହୋଇଥିଲେ ।
ହେଲେ ଏହି ମେଚ ରେ ଧୋନି ଏକ ଅନୋଖା ରେକର୍ଡ କରିବାରେ ସକ୍ଷମ ହୋଇଥଲେ ,କୁଲଦୀପ ଯାଦବ ଙ୍କ ଏକ ବଲରେ ଅଷ୍ଟ୍ରେଲିଆ ର ପେଟର ହେଣ୍ଡକମ୍ବ ଅଦ୍ଭୁତ ଷ୍ଟମ୍ପିଙ୍ଗ କରି ଛନ୍ତି ଯାହା କୁଲଦୀପ ଙ୍କ ବଲରେ ମହେନ୍ଦ୍ର ସିଂ ଧୋନିଙ୍କ ୧୬ ତମ ଷ୍ଟମ୍ପିଙ୍ଗ କରି ଅନ୍ତର୍ଜାତୀୟ ଖେଳ ରେ ଏକ ରେକର୍ଡ ସ୍ଥାପନ କରିଛନ୍ତି।
ଏହା ପୂର୍ବରୁ ହରଭଂଜନ ଙ୍କ ବଲରେ ୨୫ ଥର ଷ୍ଟମ୍ପିଙ୍ଗ କରିଥିଲେ ଏହାସହ ଧୋନି ବର୍ତମାନ ସର୍ବାଧିକ ୧୨୦ଷ୍ଟମ୍ପିଙ୍ଗ କରି ଏକ ନମ୍ବର ରେ ଅଛନ୍ତି ।