ଭାରତୀୟ ଓପନର ରୋହିତ ଶର୍ମା ନିଜର ଏକ ରେକର୍ଡ ପାଇଁ କିଛି ସମୟ ଧରି ଚର୍ଚ୍ଚା ରେ ଥିଲେ, ମାତ୍ର ତାଙ୍କ ଏହି ପ୍ରତ୍ୟେକ ସିରିଜ୍ରେ ଶତକ ମାରିବାର ଧାରା ଭଙ୍ଗ ହୋଇଛି। ଏହି ରେକର୍ଡ କୁ ଧ୍ୟାନ ଦେଲେ ଜଣାପଡେ ଯେ ରୋହିତ ଏପର୍ଯ୍ୟନ୍ତ କ୍ରମାଗତ ୯ ସିରିଜ୍ରେ ଶତକ ହାସଲ କରିଛନ୍ତି। ହେଲେ ଏହି ଧାରା ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭଙ୍ଗ ହୋଇଛି।

୩୧ ବର୍ଷୀୟ ଷ୍ଟାଣ୍ଡବାଇ ଅଧିନାୟକ ୨୦୧୭ ଚାମ୍ପିୟନ୍ସ ଟ୍ରଫିଠାରୁ ପ୍ରତ୍ୟେକ ସିରିଜ୍ରେ ଅତିକମ୍ରେ ଗୋଟିଏ ଶତକ ହାସଲ କରି ଆସୁଛନ୍ତି। ସେ ଚାମ୍ପିୟନ୍ସ ଟ୍ରଫିରେ ୧୨୩* ରନ୍ କରିଥିଲେ। ଏହାପରେ ଶ୍ରୀଲଙ୍କା ବିପକ୍ଷରେ ୧୨୪* ଓ ୧୦୪, ଅଷ୍ଟ୍ରେଲିଆ ବିପକ୍ଷରେ ୧୨୫, ନ୍ୟୁଜିଲାଣ୍ଡ ବିପକ୍ଷରେ ୧୪୭, ଶ୍ରୀଲଙ୍କା ବିପକ୍ଷରେ ୨୦୮, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୧୫, ଇଂଲଣ୍ଡ ବିପକ୍ଷରେ ୧୦୧, ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୧୬୨ ଓ ଶେଷରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୩୩ ରନ୍ର ଇନିଂସ ଖେଳିଥିଲେ।
ମାତ୍ର ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଶତକ ହାସଲ କରିବାରେ ବିଫଳ ହୋଇଛନ୍ତି। ସେ ୫ ମ୍ୟାଚ୍ ଖେଳି ୧୬୯ ରନ୍ କରିଛନ୍ତି। ଅନ୍ତିମ ଏକଦିବସୀୟ ମ୍ୟାଚ ରେ ସେ କେବଳ ୨ ରନ କରିପାରିଥିଲେ, ରୋହିତ ୨୦୧୬ ରେ ମଧ୍ୟ ନ୍ୟୁଜିଲାଣ୍ଡ ଗସ୍ତରେ ଶତକ ମାରି ପାରି ନ ଥିଲେ।