ଭାରତୀୟ ଖେଳାଳୀ ଜସପ୍ରିତ ବୁମରାହ ଙ୍କୁ ଅଷ୍ଟ୍ରେଲିଆ ବିରୋଧରେ ଆଗାମି ODI ସିରିଜ ପାଇଁ ଆରମ ଦିଆଯାଇଛି। ବୁମରାହ ନ୍ଯୁଜଲ୍ଯାଂଡ ବିରୋଧରେ ଭାରତୀୟ ଟିମ ର ଅଂଶ ହୋଇ ପାରିବେ ନାହିଁ। ତାଙ୍କ ସ୍ଥାନ ଯୁବ ଖେଳାଳୀ ମୋହମ୍ମଦ ସିରାଜ ନେଇଛନ୍ତି। ଅଷ୍ଟ୍ରେଲିଆ ବିରୋଧରେ ୪ଟି ଟେଷ୍ଟ ମ୍ଯାଚ ରେ ବୁମରାହ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସେ କଂଗାରୁ ଟିମ ର ନାଁଥନ ଲାଁୟନ ସହ ସବୁଠାରୁ ଅଧିକ ୱିକେଟ ୨୧ ଟି ୱିକେଟ ନେଇଛନ୍ତି।
ମଙ୍ଗଳବାର ବିସିସିଆଈ କହିଛି ଯେ ବୁମରାହ ଙ୍କ କାର୍ଯ୍ଯ ବ୍ଯସ୍ତତା କୁ ଧ୍ଯାନ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ବୁମରାହ ଙ୍କୁ ଅଷ୍ଟ୍ରେଲିଆ ବିରୋଧରେ ଥିବା ODI ସିରିଜ ରେ ଆରାମ ଦିଆଯାଇଛି।ବୁମରାହ ସ୍ଥାନ ରେ ଶିରାଜ ଆଗାମୀ ସିରିଜ ଓ ଅଷ୍ଟ୍ରେଲିଆ ଓ ନ୍ଯୁଜଲ୍ଯାଂଡ ବିରୋଧରେ ଭାରତୀୟ ଟିମ ର ଅଂଶ ହେବେ। ପଞାବ ର ବୋଲ୍ଲେବାଜ ସିଧାର୍ଥ କୈଲ ନ୍ଯୁଜଲ୍ଯାଂଡ ବିରୋଧରେ ୩ ଟି ମ୍ଯାଚ ର ଟି-20 ସିରିଜ ରେ ଭାରତୀୟ ଟିମ ରେ ସାମିଲ ହୋଇଛନ୍ତି।
ବୁମରାହ ଙ୍କୁ ବିଶ୍ରାମ ଦେବା ରେ ବିରାଟ କହୋଲି ମଧ୍ଯ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଆମର ଭଲ ଖେଳାଳୀ ମାନଙ୍କ ର ଭଲ ଭାବେ ଧ୍ଯାନ ରଖିବା ଦରକାର। ଏହାର ପ୍ରାଥମିକତା ହେବା ଦରକାର।ଯେଉଁ ଖେଳାଳୀ ମାନଙ୍କୁ ରିପ୍ଲେସ କରାଯାଉଛି ତାଙ୍କ ବଦଳ ରେ ଭଲ ଖେଳାଳୀ ମାନଙ୍କୁ ନିଆଯିବ। ODI ମ୍ଯାଚ ୧୨ ଜାନୁଆରୀ ରୁ ଆରମ୍ଭ ହେବ। ଏହାପରେ ଟିମ ଇଣ୍ଡିଆ ନ୍ଯୁଜଲ୍ଯଂଡ ଯିବ ସେଠାରେ ୫ଟି ODI ମ୍ଯାଚ ଓ ୩ଟି ଟି-20 ମ୍ଯାଚ ହେବ।