ଭାରତୀୟ ମହିଳା ଟିମ ର ପୂର୍ବ କ୍ଯାପ୍ଟେନ ମିତାଲୀ ମଙ୍ଗଳବାର ଏକ ପତ୍ର ଲେଖିଲେ ବିସିସିଆଇ କୁ। ସେଥିରେ କୋଚ ରମେଶ ପୋବାର ତାଙ୍କୁ ଅପମାନିତ କରିଥିବାର ଅଭିଯୋଗ କରିଛନ୍ତି।ପ୍ରଶାସକ ସମିତି ର ସଦଶ୍ଯ ଡାୟନା ଏଡ୍ଡଲ୍ଜୀ ଙ୍କୁ ପଖ୍ଯପାତୀ ବୋଲି କହିଛନ୍ତି। ଇଂଲଣ୍ଡ ବିପଖ୍ଯରେ ହୋଇଥିବା ଟି-20 ର ସେମିଫାଇନାଲ ରେ ସୁଯୋଗ ଦିଆଯାଇ ନଥିଲା। ସେ ଟୁର୍ନାମେଣ୍ଟ ରେ ଦୁଇ ଅର୍ଧ ଶତକ କରିଥିଲେ ତଥାପି ତାଙ୍କୁ ସୁଯୋଗ ମିଳି ନଥିଲା। ଏହି ମ୍ଯାଚ ଭାରତ ୮ ୱିକେଟ ରେ ହାରି ଗଲା, ସେବେଠାରୁ ଟିମ ରେ ବିବାଦ ରହିଛି। ମିତାଲୀ ଙ୍କ କହିବା କଥା କି କିଛି ଲୋକ ଜାଣିଶୁଣି ତାଙ୍କ କ୍ଯାରିୟର ଖରାପ କରିବାକୁ ଚାହୁଁଛନ୍ତି। ଏମିତି ଲୋକ ମୋ ବିରୁଦ୍ଧରେ ନିଜ ପଦବୀ ର ଭୁଲ ବ୍ଯବହାର କରୁଛନ୍ତି।
ମିତାଲୀ ଏହି ପତ୍ର ରେ ବିସିସିଆଇ ର ସୀଈଓ ରୀହୁଲ ଜୈହରୀ ଓ ମହାପ୍ରବଧଂକ ସବା କରୀମ ଙ୍କୁ ଏହି ପତ୍ର ଲେଖିଛନ୍ତି। ସେ ଲେଖିଛନ୍ତି କି ୨୦ ବର୍ଷ ର କ୍ଯାରିୟର ରେ ପ୍ରଥମ ଥର ନିଜ କୁ ଅପମାନୀତ ଓ ଅସହାୟ ଅନୁଭବ କରୁଛି। ମୁଁ ଏହା ଭାବିବା ପାଇଁ ବାଧ୍ଯ ହେଉଛି କି ମୋ କ୍ଯାରିୟର ଯେଉଁମାନେ ବରବାଦ କରି ମୋର ଆତ୍ମବିଶ୍ବାସ ଭାଙ୍ଗିବା ପାଇଁ ଚାହୁଁଛନ୍ତି, ଦେଶ ର ଦୁଇ ସଂସ୍ଥା ପାଇଁ ତାଙ୍କ ର ଆବଶ୍ଯକତା ନାହିଁ। ମୁଁ ଏହା ମଧ୍ଯ ଜଣେଇବାକୁ ଚାହୁଁଛି କି ଟି-20 ର କ୍ଯାପ୍ଟେନ ହରମନପ୍ରୀତ ଙ୍କ ବିରୋଧରେ ବିକୁଲ ନାହିଁ, କେବଳ ଏତିକି ଯେ, ସେ ଶେଷ ୧୧ ରୁ ମୋତେ ବାହରେ ରଖିବା ର ନିଷ୍ପତ୍ତି ରେ କୋଚ ଙ୍କୁ ସମର୍ଥନ କରିଲେ। କୋଚ ଙ୍କ ନିଷ୍ପତ୍ତି ରେ ମୁଁ ଦୁଖି କାରଣ ଆମେ ଏକ ସୁନ୍ଦର ସୁଯୋଗ ହରେଇଲୁ।
କେଉଁଠାରୁ ଆରମ୍ଭ ହୋଇଥିଲା ବିବାଦ:-
୧:- ଟି-20 ବିଶ୍ୱକପ ରେ ନ୍ଯୁଜଲ୍ଯାଣ୍ଡ ବିରୋଧରେ ଖେଳ ଚାଲିଥିବା ବେଳେ ମିତାଲୀ ଟିମ ରେ ଥିଲେ, ୫ଜଣ ଆଉଟ ହେଲା ପରେ ବି ତାଙ୍କୁ ଖେଳିବା ପାଇଁ ଅନୁମତି ଦିଆଗଲାନି।
୨-ପାକିସ୍ଥାନ ବିରୋଧରେ ଦୁତୀୟ ମୁକାବିଲା ରେ ମିତାଲୀ ଓପନିଂଗ କରି ୫୬ ରନ କରିଥିଲେ, ହରମନପ୍ରୀତ ୧୪ ରନ କରି ଆଉଟ ହୋଇଥିଲେ। ଏହା ଭାରତ ଜିତିଥିଲା।
୩:- ୩ୟ ଟି-20 ର୍ ଆୟରଲ୍ଯାଣ୍ଡ ବିରୋଧରେ ମିତାଲୀ ୫୦ ରନ କରିଥିଲେ। ହରମନପ୍ରିତ ୭ ରନ କରିଥିଲେ। ଏହି ମ୍ଯାଚ ବି ଭାରତ ଜିତିଥିଲା।
୪:- ଅଷ୍ଟ୍ରେଲିଆ ବିରୋଧରେ ହୋଇଥିବା ଖେଳ ରେ ମିତାଲୀ ଙ୍କୁ ବାହାର ରଖା ଯାଇଥିଲା।
୫:- ଇଂଲଡ ବିରୋଧ ରେ ହୋଇଥିବା ସେମିଫାଇନାଲ ରେ ମିତାଲୀ ଙ୍କୁ ବାହର କରାଗଲା। ଭାରତ ୧୧୨ ରେ ଅଲଆଉଟ ହେଲା।
୬:- ମିତାଲୀ ୫ଟି ମ୍ଯାଚ ରୁ ୩ଟି ମ୍ଯାଚ ରେ ନ ରିବା ସତ୍ତ୍ବେ ଅଧିକ ରନ କରିଥିବା ପ୍ରଥମ ୪ଜଣ ଭାରତୀୟ ଖେଳାଳୀ ଙ୍କ ମଧ୍ଯରେ ରହିଲେ। ସେ ୨ଟି ମ୍ଯାଚ ରେ ୧୦୭ ରନ କରିଥିବା ବେଳେ ହରମନପ୍ରୀତ ୫ଟି ମ୍ଯାଚ ରେ ୧୮୩ ରନ କରିଛନ୍ତି।
୭:- ଲେମିଫାଇନାଲ ରେ ମିତାଲୀ ଙ୍କୁ ବାହାରେ ରଖିବା ପର ଠାରୁ ବିବାଦ ସୃଷ୍ଟି ହୋଇଛି।