ଧୋନି ଙ୍କ ଠାରୁ ଆଗରୁ ପ୍ରବେଶ କରିଥିଲେ ଭାରତୀୟ ଟିମ ରେ, ବୋଲିଂଗ କରିବାରେ ମାହିର, ପକେଇଥିଲେ ସବୁଠୁ ଅଧିକ ଦ୍ରୁତ ଗତି ରେ ବଲ।

୨୫ ନଭେମ୍ବର ୧୯୮୨ ରେ ବଂଗଳା ର ନାଦିୟା ରେ ଜନ୍ମ ନେଇଥିବା ପୂର୍ବ ଭାରତୀୟ ମହିଳା କ୍ରିକେଟର ଝୂଲନ ଗୋର୍ବାମି ଆଜି ୩୬ ବର୍ଷ ର ହୋଇଯାଇଛନ୍ତି। ଝୂଲନ ଭାରତୀୟ କ୍ରିକେଟ ଟିମ ରେ ନିଜ ର ଏକ ସ୍ବତନ୍ତ୍ର ପରିଚୟ ବନେଇଛନ୍ତି। ଟେଷ୍ଟ ହେଉ କି ଠଡି ମ୍ଯାଚ ହେଉ ତାଙ୍କ ବଲ ର ସାମ୍ନା ତରିବା ମୁସକିଲ। ଗୋଟେ ସମୟ ରେ ସେ ୧୨୦ କିମି ପ୍ରତି ଘଣ୍ଟା ସ୍ପିଡ ରେ ବଲ ଫିଂଗି ଇତିହୀସ ସୃଷ୍ଟି କରିଥିଲେ।

ଭାରତ ହେଉ କି ଅନ୍ଯ ଦେଶ ହେଉ ସବୁଠାରେ ପୁରୁଷ ଖେଳାଳୀ ମାନଙ୍କୁ ପ୍ରାଧାନ୍ଯ ଦିଆଯାଉଛି। ମହିଳା ମାନଙ୍କୁ ଗୁରୁତ୍ବ ଦିଆଯାଉନାହିଁ। ଏହା ପରେ ବି ଭାରତୀୟ କ୍ରିକେଟ ଟିମ ର ମହିଳା ନିଜ ପରିଶ୍ରମ ଦ୍ବାରା ଅନେକ ନାମ କରିଛନ୍ତି। ଝୂଲନ ସେବେ ଠାରୁ କ୍ରିକେଟ ଖେଳୁଛନ୍ତି ଯେବେ ଠାରୁ ଧୋନି ଙ୍କ ମଧ୍ଯ କେହି ଜାଣି ନଥିଲେ। ୨୦୦୪ ରେ ଧୋନି କ୍ରିକେଟ ରେ ସାମିଲ ହୋଇଥିବା ବେଳେ ଝୂଲନ ୨୦୦୨ ରୁ କ୍ରିକେଟ ଖେଳୁଛନ୍ତି।

ଗୋଟେ ଝିଅ ହୋଇ ମଧ୍ଯ କ୍ରିକେଟ ରେ ନିଜ କ୍ଯାରିୟର ଗଢିବା ସହଜ ନଥିଲା। ପରିବାର ଲୋକ ଙ୍କ ପାଠପଢା ପାଇଁ ଚାପ ପୁଣି ସାଙ୍ଗ ସାଥି ଙ୍କ ପରିହାସ ସବୁ ସହିଥିଲେ। ୧୫ ବର୍ଷ ବୟସ ରେ କ୍ରିକେଟର ହେବାର ସ୍ବପ୍ନ କୁ ସାକାର କରିବୀରେ କୈଣସି ବାଧା ମାନି ନଥିଲେ। ୮୦ କିମି ଟ୍ରେନ ରେ କଲିକତା କ୍ରିକେଟ ଖେଳିବାକୁ ଯାଉଥିଲେ। ଝୂଲନ ଙ୍କ ପରିଶ୍ରମ ତାଙ୍କୁ ସଫଳତା ଆଣିଦେଇଥିଲା। ୧୯ ବର୍ଷ ବୟସ ରେ ଭାରତୀୟ କ୍ରିକେଟ ଟିମ ରେ ଖେଳିବାର ସୁଯୋଗ ମିଳିଥିଲା। ୨୦୦୨ ରେ ଇଂଲଡ ବିରୋଧରେ ପ୍ରଥମ ODI ଖେଳିଥିଲେ। ସେବେ ଠାରୁ ସେ ସବୁଠାରୁ ଅଧିକ ODI ମ୍ଯାଚ ଖେଳିଛନ୍ତି, ୨୬୯ ଟି। ସବୁଠାରୁ ବେଶି ୱିକେଟ ନେଇଥିବା ମହିଳା କ୍ରିକେଟର ମଧ୍ଯ ୨୦୧୮ ସେପ୍ଟେମ୍ବର ରେ ଅନ୍ତରାଷ୍ଟ୍ରିୟ କ୍ରିକେଟ କୁ ଅଲବିଦା କହିଦେଇଛନ୍ତି।

ଧୋନି ଙ୍କ ହାତ ରୁ ପାଇଲେ ଆୱାର୍ଡ:

୨୦୦୭ ରେ ଝୂଲନ ଙ୍କ ଆଈସସି ଓମେନ କ୍ରିକେଟର ଅଫ ଦି ଈୟର ରେ ସମ୍ମାନୀତ କରାଯାଇଥିଲା।। ଏହା ଧୋନି ଙ୍କ ଦ୍ବାରା ଦିଆଯାଇଥିଲା। ଏହା ଛଡା ସେ ୨୦୧୦ ରେ ଅର୍ଜୁନ ଆୱାର୍ଡ ଓ ୨୦୧୨ ରେ ପଡାଖୀ ଆୱାର୍ଡ ରେ ସମ୍ମାନୀତ କରାଯାଇଥିଲା।

ନାରୀ ମାନେ ବି ସବୁ କାର୍ଯ ରେ ସମ୍ମାନ ପାଇବା ର ଅଧିକାରିଣୀ। ଏହି କାହାଣୀ ରୂପକ ସତ୍ଯ କିପରି ଲାଗିଲା କମେଣ୍ଟ ମାଧ୍ଯମ ରେ ଜଣାନ୍ତୁ।

Leave a Reply