କୋହଲି ଙ୍କ ୱେବସାଇଟ ହାକ କଲେ ବାଂଲାଦେଶୀ ଫ୍ୟାନ୍ସ ,କହିଲେ ଏମିତି କି ଯାହା ଶୁଣିଲେ ଭାରତୀୟ ଫ୍ୟାନ୍ସ ରାଗ ରେ ଜଳି ଉଠିବେ.

ଏସିଆ କପ ର ଫାଇନାଲ ରେ ଗୋଟେ ଶେଷ ବଲ ରେ ମାଟି କାମୁଡି ହାରିଥିବା ବାଂଲାଦେଶ ର ଫ୍ୟାନ୍ସ ମାନେ ବହୁତ ରାଗି କି ଥିଲେ , ଏହା ଦୁତୀୟ ମଉକା ଥିଲା ଯେବେ ଭାରତୀୟ ଟିମ , ବାଂଲାଦେଶ ଟିମ କୁ ଫାଇନାଲ ରେ ହରେଇଲା ଓ ଏସିଆ କପ୍ ଟ୍ରଫି ନିଜ ନାମେ ରେ କଲା , କିନ୍ତୁ ହାରିବା ପରେ ବାଂଲାଦେଶ ଫ୍ୟାନ୍ସ ବିରାଟ କୋହଲି ଙ୍କର ୱେବ ସାଇଟ ହାକ କରି ନିଜର ବଦଲା ନେଇ ଯାଇଛନ୍ତି.

ବାଂଲାଦେଶ ହ୍ୟାକର ମାନେ ବିରାଟ ଙ୍କ ଅଫିସିଆଲ ସାଇଟ ହାକ କରି ସେଥିରେ ଲିଟାନ ଦାସ ଙ୍କ ଆଉଟ ହବାର ଫୋଟୋ ଦେଇ ଥିଲେ ଯାହା ଫାଇନାଲ ମ୍ୟାଚ ର ଥିଲା.

ସେଥିରେ ସେମାନେ ଗୋଟେ ନୋଟିସ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି କି ” dear , ଆଇସିସି .. କ୍ରିକେଟ ଏବେ ଆଉ ଜେନଟଲମାନ ଙ୍କ ଗେମ ହୋଇରହିନାହିଁ , କଣ ସବୁ ଟିମ ର ଅଧିକାର ନାହିଁ ସେମାନେ ନ୍ୟାୟ ରେ ଖେଳିବେ ବୋଲି, ଲିଟାନ ଦାସ କିପରି ଭାବରେ ଆଉଟ କୁହନ୍ତୁ.. , ଯଦି ଆଇସିସି ପୁରା ଦୁନିଆ ଆଗରେ ଆମକୁ ଭୁଲ ନ ମାଗନ୍ତି ଓ ସେ ଆଂପ୍ୟାରେ (umpire) ବିରୁଦ୍ଧରେ କଡା ଆକ୍ସନ ନ ନିଅନ୍ତି ତେବେ ଆମେ ଏମିତି ସବୁ କ୍ରିକେଟ ୱେବ୍ସାଇଟ ହାକ କରିଚାଲିବୁ ”

କହି ରଖୁଛୁ ଯେ ଫାଇନାଲ ମ୍ୟାଚ ବହୁତ ରୋମାଂଚିତ ଥିଲା , ଓପନେର ଲିଟାନ ଦାସ ୧୨୧ ରନ କରି ଇଂନିଙ୍ଗସ ରେ ଖେଳିବା ସମୟରେ କୁଲଦୀପ ଯାଦବ ଙ୍କ ବଲ ରେ ଧୋନି ଙ୍କ ହାତରୁ ଷ୍ଟାମ୍ପ ଆଉଟ ହୋଇଗଲେ, ଏହାପରେ ଏହି ଆଉଟ କୁ ନେଇ ବାଂଲାଦେଶୀ ଫ୍ୟାନ୍ସ ମାନେ ତୁର୍ତିୟ ଏମ୍ପିର ଉପରେ ବହୁତ ରଗିଗଲେ, ଏହା ସହ ଭାରତ ବାଂଲାଦେଶ କୁ ହରେଇ ୭ ଥର ଏସିଆ କପ ବିଜୟୀ ହୋଇଗଲା.

Leave a Reply