ଭାରତର ଓପନିଙ୍ଗ ସମସ୍ୟା ପ୍ରଥମ ଥର ପାଇଁ ଦେଖା ଯାଇନି, ବିଦେଶ ରେ ଭାରତୀୟ ଓପନିଙ୍ଗ ଖେଳାଳି ମାନେ ସର୍ବଦା ଫେଲ ହୁଅନ୍ତି। ଏହି ଇଂଲଣ୍ଡ ଟୁର ପୂର୍ବ ରୁ ବି ଭାରତର ଓପନିଙ୍ଗ ସମସ୍ୟା ରେ ପଡିଥିଲା। ବିଦେଶୀ ମାଟି ରେ ମୁରଲୀ ବିଜୟ, ଶିଖର ଧବନ ଆଉ କେ ଏଲ ରହୁଲ ବି ରନ କରିବାରେ ସକ୍ଷମ ହେଇ ପାରି ନାହାନ୍ତି। ଇଂଲଣ୍ଡ ବିପକ୍ଷ ରେ ବି ସେମିତି ହିଁ ପରିସ୍ଥିତି ଉତ୍ପର୍ନ ହେଲା। ପ୍ରଥମ ଟେଷ୍ଟ ରେ ଭାରତୀୟ ଯୋଡି ଧବନ ଆଉ ବିଜୟ ଫେଲ ହେଲେ। ଦୂତୀୟ ଟେଷ୍ଟ ରେ ଧବନ ଆଉ ରହୁଲ ଙ୍କ ଯୋଡି ବି ରନ କରି ପାରିଲା ନାହିଁ। ଭାରତକୁ ଏମିତିକା ଯୋଡି ର ଆବଶ୍ୟକ ଯିଏ ରନ କରିବ ଆଉ ଭାରତକୁ ଶୁଭାରମ୍ଭ ଦବ। ଆସନ୍ତୁ ଜାଣିବା କିଛି ଏମିତି ଖେଳାଳି ଯେଉଁମାନେ ଭାରତ ତରଫରୁ ଟେଷ୍ଟ ରେ ଓପନିଙ୍ଗ କରି ପାରିବେ।
ପୃଥିବି ସ୍ୱା:
ଭାରତୀୟ କ୍ରିକେଟ ରେ ଗୋଟେ ନୂଆ ନାମ ତୀବ୍ର ରେ ପ୍ରକାଶିତ ହେଲା, ସେ ହଉଛନ୍ତି ପୃଥିବି। ସେ ଭାରତ କୁ U19 ରେ ବିଜୟ କରେଇଲେ ଆଉ ତାଙ୍କ ଖେଳିବା ଷ୍ଟାଇଲ ବି ବହୁତ ଭଲ। କିଛି ଦିନ ତଳେ ଖେଳ ଯାଇଥିବା ଇଂଲଣ୍ଡ ଆଉ ଭାରତ A ମଧ୍ୟରେ ସେ ଭାରତ A ପକ୍ଷରୁ ୩ ଗୋଟି ସତକ କରିଥିଲେ। ପୃଥିବି ପାଇଁ ଟେଷ୍ଟ ଟିମ ରେ ରହିବାର ଅଧିକ ସମ୍ଭାବନା ଅଛି।
ମୟଙ୍କ ଅଗ୍ରୱାଲ:
କର୍ଣ୍ଣାଟକ ର ଡାହାଣ ହାତ ରେ ଖେଳୁଥିବା ଖେଳାଳି ମୟଙ୍କ ୨୦୧୭-୧୮ ରେ ରଣଜୀ ଟ୍ରଫି ରେ ବହୁତ ଭଲ ପଦର୍ଶନ କରି ୧୦୫.୪୫ ର ପ୍ରତିଶତ ରେ ୧୧୬୦ ରନ କରିଥିଲେ। ସେ ଇଣ୍ଡିଆ A ତରଫରୁ ଖେଳି ଇଂଲଣ୍ଡ ବିପକ୍ଷରେ ବି ଭଲ ପଦର୍ଶନ କରିଥିଲେ।
ରିସବ ପଂଥ:
ଦିଲ୍ଲୀ ର ବମ ହାତ ଖେଳାଳି ବିକେଟ କିପର ବେଷ୍ଟମେନ ଆଜିକା ଦିନରେ ବହୁତ ଭଲ ପଦର୍ଶନ କରୁଛନ୍ତି। ତାଙ୍କୁ ଭାରତୀୟ ଟିମ ତରଫରୁ ଖେଳିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳି ନାହିଁ। ରିସବ ଜଣେ ଆକ୍ରମକ ଖେଳାଳି ଅଟନ୍ତି। ଭାରତ ତାଙ୍କୁ ଓପନିଙ୍ଗ କରେଇ ପାରେ।