ଷ୍ଟେଟ ବେଙ୍କ ଅଫ ଇଣ୍ଡିଆ ର ସବୁ ଏ ଟି ଏମ ରୁ ପଇସା କାଡିବା ଛଡା ଅନ୍ୟୁ ବହୁତ ଗୁଡ଼ାଏ ସୁବିଧା ବି ଦେଇଥାଏ। ୩୧ ମାର୍ଚ୍ଚ ୨୦୧୮ ଯାଏ ମିଳିଥିବା ତଥ୍ୟ ଅନୁସାରେ SBI ରେ ୫୯୫୪୧ ATM ଅଛି। ଆମେ ବର୍ତମାନ SBI ରେ ମିଥୁଥିବା କିଛି ଅନ୍ୟ ସୁବିଧା ବିଷୟରେ କହିବୁ।
୧.ପଇସା ନଗତ କାଡିବା- ଗୋଟେ ଦିନ ରେ SBI ର ATM ରୁ ୪୦,୦୦୦ ଟଙ୍କା ଏକା ଥରକେ ଉଠେଇ ପାରିବେ। ମାତ୍ର କିଛି VIP କାର୍ଡ ରେ ୧ ଲକ୍ଷ୍ୟ ଟଙ୍କା ଉଠେଇ ପାରିବେ।
୨. ପିନ ବଦଳେଇବା- ଗ୍ରାହକ କୁ ନିୟମିତ ଅନ୍ତରାଳରେ ନିଜ ପିନ କୁ ବଦଳେଇବା ପାଇଁ SBI ନିର୍ଦେଶ ଦେଇଥାଏ। ସେଥିପାଇଁ SBI ର ସବୁ ATM ସେଣ୍ଟର ରେ ଏହି ସୁବିଧା ଉପଲବ୍ଧ ଥାଏ।
୩. ବଲାନ୍ସ ଜାଣିବା: ସବୁ ଗ୍ରାହକ ନିଜ ବଲାନ୍ସ କୁ ଜାଣିପାରିବେ। ଆଉ ସେ ଏହାର ପ୍ରିଣ୍ଟ ବି ନେଇ ପାରିବେ।
୪. ମୋବାଇଲ ଟପ ଅପ: ଯେ କୌଣସି ଗ୍ରାହକ ATM ସେଣ୍ଟର ରେ ନିଜ ମୋବାଇଲ ବି ରିଚାର୍ଜ କରି ପାରିବେ ସହଜରେ।
୫. ଚେକ ବୁକ ପାଇଁ ନିବେଦନ: ଗ୍ରାହକ ମାନେ ବେଙ୍କ କୁ ନଯାଇ ବି ନିଜ ଚେକ ବୁକ ଅର୍ଡର କରିପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ଆବେଦନ କରିବା ଆବଶ୍ୟକ ନାହିଁ। ଆଉ ଚେକ ବୁକ