କୌଣସି ଏଲେକ୍ଟ୍ରୋନିକ ସମାନ ଅସଲି ନା ନକଲି ଜାଣିବ କିପରି, ଆସନ୍ତୁ ଜାଣିବା ଏହି ବିଷୟରେ।

କଣ ଆପଣ ଜାଣିଛନ୍ତି ଯେଉଁ ଜିନିଷ କୁ ଆପଣ କିଣୁଛନ୍ତି ସେ ନକଲି ବି ହେଇପାରେ, ଖାସ କରି ଏଲେକ୍ଟ୍ରୋନିକ ସମାନ ରେ ନକଲି ଜିନିଷ ଅଧିକ ବ୍ୟାପି ଗଲାଣି। ଆସନ୍ତୁ କିଛି କଥା ଜାଣିବା ଏହି ବିଷୟରେ।

Packaging:

କୌଣସି ଏଲେକ୍ଟ୍ରୋନିକ ଜିନିଷ କୁ କିଣିବା ପୂର୍ବ ରୁ ଧ୍ୟାନ ଦିଅନ୍ତୁ ଏହାର ପେକିଙ୍ଗ କେମିତି ହେଇଚି। ପକେଜିଙ୍ଗ କୁ ଯଦି ସରଳ ଭାଷା ରେ ବୁଝିବେ ତାହାଲେ ଯଦି ଗୋଟେ ଫୋନ କିଣୁଛନ୍ତି ସେଥିରେ ଗୋଟେ ବକ୍ସ ଭିତରେ ଫୋନେ ଥାଏ। ଏହି ସବୁ ଜିନିଷ କୁ ଠିକ ସେ ଦେଖନ୍ତୁ। ବକ୍ସ ର ପେକିଙ୍ଗ ଢିଲା ତ ନୁହଁ, କୌଣସି କମ୍ପାନୀ ନିଜ ପ୍ରଡକ୍ଟ ର ପେକିଙ୍ଗ ରେ କୌଣସି ତ୍ରୁଟି କରି ନଥାଏ। ମାତ୍ର ନକଲି ଜିନିଷ ର ପେକିଙ୍ଗ ଖରାପ ଥାଏ।

Logo:

ସବୁ କମ୍ପାନୀ ର ନାମ ର ମହତ୍ୱ ତାର ଲୋଗୋ ରେ ଥାଏ। ଲୋଗୋ କୁ ଧ୍ୟାନ ରେ ଦେଖନ୍ତୁ, କୌଣସି କମ୍ପାନୀ ତାର ଲୋଗୋ କୁ ଏମିତି ଭାବରେ ତିଆରି କରେ ଯେମିତି କିଏ କପି କରି ପାରିବନି। ଯଦି ନକଲି କମ୍ପାନୀ କପି ବି କରେ ତାହାଲେ ତାର ଲୋଗୋ ରେ ଅନ୍ତର ଥାଏ। ଲୋଗୋ ଓଲଟା ହେଇଥାଏ ଏବଂ ସାଇଜ ରେ ବି ଫରକ ଦେଖାଯାଏ।

Charger:

ସବୁ ଏଲେକ୍ଟ୍ରୋନିକ ଜିନିଷ ର ଗୋଟେ ଜରୁରୀ ପାର୍ଟ ଥାଏ ଚାର୍ଜର। ଉଦାହରଣ ପାଇଁ ଯଦି ମୋବାଇଲ ର ଚାର୍ଜର ଖରାପ ହେଲେ ଆମେ ଦୋକାନ କୁ ଯାଇ ଚାର୍ଜର ତ କିଣି ଥାଉ, ମାତ୍ର ସେ ଅସଲି ନା ନକଲି ଦେଖୁନା। ଚାର୍ଜର କିଣିଲା ବେଳେ ପୁରୁଣା ଚାର୍ଜର କୁ ଦେଖି ସବୁ କଥା ପଢି କିଣିବା ଉଚିତ।

Manual guide:

ଯେ କୌଣସି କମ୍ପାନୀ ତା ପ୍ରଡକ୍ଟ ସହ ମନୁଆଲ ଗାଇଡ଼ ଦେଇଥାଏ। ମାତ୍ର ନକଲି ପ୍ରଡକ୍ଟ ରେ ମନୁଆଲ ଗାଇଡ଼ ନଥାଏ, ଆଉ ଥିଲେ ବି ସେଥିରେ ଅନ୍ୟ ଭାଷାରେ ସବୁ ଲେଖା ହେଇଥାଏ।

Leave a Reply