କିଛି ଲୋକ ନିଘୋଡ଼ ନିଦରେ ଶୋଇବା ପରେ ଘୁଙ୍ଗୁଡ଼ି ମାରିବାକୁ ଲାଗିଥାନ୍ତି । କିଛି ଖରାପ ଅଭ୍ୟାସ ପାଇଁ ସେମାନଙ୍କ ପାଖରେ ଏସବୁ ସମସ୍ୟା ଦେଖାଯିବାକୁ ଲାଗିଥାଏ । ରୋଗ ସହ ଘୁଙ୍ଗୁଡ଼ି ସମସ୍ୟା ଦୂର କରେ ଅନୁଲୋମ-ବିଲୋମ ପ୍ରାଣାୟାମ:
ଆମେ ଯେତେ ବଡ଼ ହୋଇ ଚାଲୁ ସେତିକି ଆମେ କାମରେ ବ୍ୟସ୍ତ ହୋଇଯାଉ। ବ୍ୟସ୍ତବହୁଳ ଜୀବନରେ ଚିନ୍ତା ମଧ୍ୟ ସେମିତି ବଢ଼ିଚାଲେ। ଯେତେବେଳେ ଆମେ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ହେଉ ବିଭିନ୍ନ ଶାରୀରିକ ସମସ୍ୟା ଆରମ୍ଭ ହେବାରେ ଲାଗେ। ତେବେ ଏସବୁ ସମସ୍ୟାକୁ ସହଜେ ସମାଧାନ କରିବାର ଏକ ସୁନ୍ଦର ରାସ୍ତା ହେଉଛି ପ୍ରତିଦିନ ଅନୁଲୋମ ବିଲୋମ ପ୍ରାଣାୟାମର ଅଭ୍ୟାସ। ତେବେ ଆସନ୍ତୁ ଜାଣିବା ଏହି ପ୍ରାଣାୟାମ କଲେ ଆମ ମସ୍ତିଷ୍କ ଶାନ୍ତ ରହିବା ସହ ଆଉ କେଉଁ ପ୍ରକାର ଶାରୀରିକ ଉପକାର ମିଳେ।
ଏହା ଏକ ସାଧାରଣ ସମସ୍ୟା ହୋଇଥିବା ବେଳେ ଯେ କୌଣସି ବୟସର ଲୋକମାନଙ୍କ ପାଖରେ ଏହି ସବୁ ସମସ୍ୟା ଦେଖା ଯାଇଥାଏ । ଘୁଙ୍ଗୁଡ଼ି ମାରିବାର ମୁଖ୍ୟ କାରଣ ହେଉଛି ଶୋଇବାର ଶୈଳୀ, ନାକରେ ସର୍ଦ୍ଦି ହେବା ବା ଅତ୍ୟଧିକ ମଦ୍ୟପାନ । କିଛି ଲୋକ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା ଔଷଧର ସେବନ କରିଥାନ୍ତି । କିନ୍ତୁ ସବୁ ପରେ ବି ସମସ୍ୟା ଦୂର ହୋଇ ନ ଥାଏ । ଆଜି ଆମେ ଏହି ସମସ୍ୟାରୁ ଦୂରେଇ ରହିବାର ଘରୋଇ ଉପାୟ ବିଷୟରେ ଜଣାଇବୁ ।
କେହି ଜାଣି ଶୁଣି ଘୁଙ୍ଗୁଡ଼ି ମାରି ନଥାନ୍ତି, ଏହା ଆପେ ଆପେ ହୋଇଯାଏ । ଏଥିରେ ଅନ୍ୟ ଲୋକମାନଙ୍କର ନିଦ ଖରାପ ହେବା ସହିତ ବିରକ୍ତି ଭାବ ସୃଷ୍ଟି ହୁଏ । ଯାହା ଫଳରେ ଆପଣଙ୍କ ସମ୍ପର୍କରେ ମଧ୍ୟ ତିକ୍ତତା ଆସିଥାଏ । ଯଦି ଆପଣଙ୍କର ବି ଏହି ସମସ୍ୟା ରହିଛି ତେବେ ଦୁଃଖ କରନ୍ତୁ ନାହିଁ । କେତୋଟି ଘରୋଇ ଉପଚାର ଦ୍ଵାରା ଘୁଙ୍ଗୁଡ଼ି ସମସ୍ୟା ସବୁଦିନ ପାଇଁ ଦୂର ହୋଇ ପାରିବ । ତେବେ ଜଣାନ୍ତୁ ଏହାର ଘରୋଇ ଉପଚାର ବିଷୟରେ.
୧.ଏହି ସମସ୍ୟା ଦୂର କରିବା ପାଇଁ ଏକ ଚାମଚ ହଳଦୀ ଏବଂ ଏକ ଚାମଚ ମହୁକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ସେବନ କରନ୍ତୁ । କିଛି ଦିନ ଏପରି କଲେ ଆପଣଙ୍କର ଘୁଙ୍ଗୁଡ଼ି ମାରିବା ସମସ୍ୟା ଦୂର ହେବ ।
୨. ରସୁଣର ୨-୩ କୋଲା ନେଇ ସୋରିଷ ତେଲରେ ପକାଇ ଗରମ କରନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ତେଲକୁ ଛାତିରେ ମାଲିସ କରନ୍ତୁ ।
୩. ପୋଦିନା ତେଲ- ଶୋଇବା ପୂର୍ବରୁ ପାଣିରେ କେଇ ବୁନ୍ଦା ପୋଦିନା ତେଲ ପକାଇ କୁଳି କରନ୍ତୁ । ଏହା ଦ୍ୱାରା ନାକରେ ନିଶ୍ୱାସ-ପ୍ରଶ୍ୱାସ ନେବା ସହଜ ହୋଇଯାଏ । ଫଳରେ ଆପଣଙ୍କର ଘୁଙ୍ଗୁଡ଼ି ବନ୍ଦ ହୋଇଯିବ। ଆପଣ ଚାହିଁଲେ ନାକରେ ମଧ୍ୟ ପୋଦିନା ତେଲ ଲଗାଇ ଶୋଇପାରିବେ ।
୪. ହଳଦୀ ଓ କ୍ଷୀର – ହଳଦୀ ଅନେକ ରୋଗ ପାଇଁ ଯାଦୁ ପରି କାମ କରେ । ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ କ୍ଷୀରରେ ହଳଦୀ ମିଶାଇ ପିଇ ଦେଖନ୍ତୁ ଆପଣଙ୍କର ଘୁଙ୍ଗୁଡ଼ି ମାରିବା ବନ୍ଦ ହୋଇଯିବ ।
୫.ରାତିରେ ଶୋଇବା ପୂର୍ବରୁ ଅଳେଇଚ ବା ତା’ର ପାଉଡ଼ରକୁ ଉଷୁମ ପାଣିରେ ମିଶାଇ ପିଇଲେ କିଛି ଦିନ ମଧ୍ୟରେ ଘୁଙ୍ଗୁଡ଼ି ମାରିବା ସମସ୍ୟା ଦୂର ହୋଇଥାଏ ।