କୋଣାର୍କ ମନ୍ଦିର ର ପାଇଁ ସୃଷ୍ଟି ହେଲା ଗୋଟେ ବଡ ସମସ୍ୟା, CM ନବୀନ ପଟନାୟକ କେନ୍ଦ୍ର କୁ ମାଗିଲେ ସହାୟତା।

ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କେନ୍ଦ୍ର ସରକାର କୁ ୧୩ ଶତାବ୍ଦୀ ର କୋଣାର୍କ ମନ୍ଦିର କୁ ସୁରକ୍ଷିତ ରଖିବା ପାଇଁ ଜଲ୍ଦି ରୁ ଜଲ୍ଦି ଗୋଟେ ବଡ ନିଷ୍ପତି ନେବା ପାଇଁ ଆଗ୍ରହ କଲେ। ସେ କୋଣାର୍କ ମନ୍ଦିର ରେ ଜଳ କୁ ଉଚିତ ଭାବରେ ନିଷ୍କାସିତ କରିବାର ପ୍ରଣାଳୀ କୁ ସ୍ଥାୟୀ କରିବା ପାଇଁ କେନ୍ଦ୍ର କୁ ସହାୟତା ମାଗିଲେ।

କେନ୍ଦ୍ରୀୟ ସଂକୃତି ମନ୍ତ୍ରୀ ମହେଶ ଶର୍ମା କୁ ଲେଖାଯାଇଥିବା ଏହି ପତ୍ର ରେ ନବୀନ ପଟନାୟକ ଲେଖିଲେ କି, ମନ୍ଦିର ପରିସର ରେ ପାଣି ର ନିଷ୍କାସନ ନ ହେବାରୁ ବାରମ୍ବାର ସମସ୍ୟା ସୃଷ୍ଟି ହଉଚି। ଯାହାଦ୍ୱାରା ପର୍ଯ୍ୟଟକ ଙ୍କୁ ବହୁତ ଅସୁବିଧା ର ସମ୍ମୁଖିନ କରିବାକୁ ପଡୁଚି ଆଉ ସେମାନଙ୍କ ଭାବନା ବି ଆହତ ହଉଚି। ମୁଖ୍ୟମନ୍ତ୍ରୀ କହିଲେ ଏହି ସମସ୍ୟା ରେ ଗମ୍ଭୀରତା କୁ ଦେଖି କି ରାଜ୍ୟ ସରକାର ଜଳ ନିଷ୍କାସନ କାମ କରିବାକୁ ତତ୍ପର ଅଛି।

କୋଣାର୍କ ମନ୍ଦିର ବିଷୟରେ କିଛି କଥା:

କୋଣାର୍କ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ସହର । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ଵାରା ସ୍ଥାପିତ ସୂର୍ଯ୍ୟ ମନ୍ଦିର ଅବସ୍ଥିତ । ପୁରୀ ସହର ଠାରୁ ୩୨ କି.ମି. ଦୂରତାରେ ବଙ୍ଗୋପ ସାଗର କୂଳରେ ଅବସ୍ଥିତ। ଏହାର ଅବସ୍ଥିତ ସ୍ୱର୍ଣ୍ଣ ତ୍ରିଭୁଜର ଗୋଟିଏ ସୀମାରେ। ଏହା ବ୍ଲାକ ପାଗୋଡା ନାମରେ ବିଶ୍ୱ ବିଖ୍ୟାତ । ଏହି ସ୍ଥାନ ଭୁବନେଶ୍ବରଠାରୁ ୬୫ କି.ମି. ଦୁରରେ ଅବସ୍ଥିତ । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ଵାରା ସ୍ଥାପିତ ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ରହିଅଛି ।

ଏହା ଚନ୍ଦ୍ରଭାଗା ଓ ବଙ୍ଗୋପସାଗର କୂଳରେ ଅବସ୍ଥିତ । କୋଣାର୍କରେ ବାର୍ଷିକ ନାଚ ଓ ଗୀତ ଉତ୍ସବ ପ୍ରତି ଡିସେମ୍ବର ମାସରେ ପାଳନ ହୁଏ । ଏଥିରେ ଅନେକ ଭାରତୀୟ ନାଚ ପ୍ରଦର୍ଶିତ ହୁଏ। କୋଣାର୍କ ଅର୍କ କ୍ଷେତ୍ର ନାମରେ ପୁରାଣ ପ୍ରସିଦ୍ଧ । ଏହା ମିତ୍ରବନ ଭାବେ ମଧ୍ୟ ପରିଚିତ ଥିଲା|

Leave a Reply