BCCI ପ୍ରତିବନ୍ଧ କଲା କ୍ରିକେଟର ଙ୍କ ସ୍ତ୍ରୀ ଆଉ GF କୁ, ବିରାଟ ଆଉ ଅନୁଷ୍କା ବର୍ତମାନ ମିଶି ପାରିବେନି ଇଂଲଣ୍ଡ ରେ।

ଆମ ଦେଶ ଭାରତରେ କ୍ରିକେଟର ଆଉ ଅଭିନେତ୍ରୀ ହେବା ଏତେ ସହଜ ନୁହଁ। କ୍ରିକେଟର ମାନେ ଲମ୍ବା ସମୟ ପର୍ଯ୍ୟନ୍ତ ନିଜ ପରିବାର ରୁ ଦୂରରେ ରୁହନ୍ତି। ଆମ ଦେଶର କ୍ରିକେଟର ମାନେ ବର୍ତମାନ ଇଂଲଣ୍ଡ ଟୁର ରେ ଯାଇଛନ୍ତି ଏବଂ କିଛି କ୍ରିକେଟର ମାନଙ୍କ ସହ ତାଙ୍କ ସ୍ତ୍ରୀ ବି ଅଛନ୍ତି। ମାତ୍ର ନୂଆ ନିୟମ ଅନୁସାରେ ସେମାନେ ବର୍ତମାନ ତାଙ୍କ ସ୍ତ୍ରୀ ଙ୍କୁ ପାଖରେ ରଖି ପାରିବେନି କମ ରୁ କମ ୩ ଗୋଟି ଟେଷ୍ଟ ମେଚ ପାଇଁ ଯାହା ଇଂଲଣ୍ଡ ସହ ଖେଳା ଯିବ।

ବର୍ତମାନ ସୋସିଆଲ ମିଡିଆ ରେ ଭାଇରଲ ହଉଥିବା କିଛି ଫୋଟୋ ରେ ଦେଖା ଯାଇଛି , କ୍ରିକେଟର ମାନେ ନିଜ ପରିବାର ସହ ଆନନ୍ଦ ନଉଥିବା କଥା। ପ୍ରଶଂସକ ମାନଙ୍କ କିଛି ଭଲ ପ୍ରତିକ୍ରିୟା କରିଛନ୍ତି ତ କିଛି ଚିନ୍ତା ର କଥା ବୋଲି କହିଛନ୍ତି। ବର୍ତମାନ ଖେଳାଯାଇଥିବା ODI ଶୃଙ୍ଖଳା ରେ ଭାରତର ଖରାପ ପଦର୍ଶନ BCCI ପାଇଁ ଚିନ୍ତା ର ବିଷୟ ହେଇଛି।

ଏହି ସବୁ ବିଷୟକୁ ଧ୍ୟାନ ରେ ରଖି ଭାରତୀୟ କ୍ରିକେଟର ମାନଙ୍କୁ ଟେଷ୍ଟ ଶୃଙ୍ଖଳା ର ଅନ୍ତିମ ମେଚ ଯାଏ ନିଜ ସ୍ତ୍ରୀ ଏବଂ GF ଠାରୁ ଦୂରରେ ରହିବାକୁ ଉପଦେଶ ଦିଆ ଯାଇଛି। ଏହାର ସିଧା ତାତ୍ପଯ୍ୟ ଏହା ଯେ ବିରାଟ ଆଉ ଅନୁଷ୍କା କୁ ବି ପରଷ୍ପର ଠୁ ଦୂରରେ ରହିବାକୁ ପଡିବ ଆଉ ଧୋନି ବି ସାକ୍ଷୀ ଠୁ ଦୂରରେ ରହିବେ।

କିଛି ଲୋକଙ୍କ କହିବା ଅନୁସାରେ କ୍ରିକେଟର ମାନଙ୍କ ପରିବାର ସାଥିରେ ଥିଲେ ସେମାନଙ୍କୁ ପ୍ରେରଣା ମିଳେ ଆଉ ସେମାନେ ନିଜ ଖେଳ କୁ ଉର୍ଣ୍ଣତ କରିପାରନ୍ତି। ଏହି ନିଷ୍ପତି କୁ ନେଇ ବର୍ତମାନ ଯାଏ କ୍ରିକେଟର ମାନଙ୍କ ମତାମତ ଜଣାପଡିନି। ଆଗକୁ BCCI ର ଏହି ନିଷ୍ପତି କୁ କ୍ରିକେଟର ମାନେ ଗ୍ରହଣ କରୁଛନ୍ତି ନା ନାହିଁ ଜଣାପଡିବ।

ଆପଣମାନଙ୍କୁ କଣ ଲାଗୁଚି, ଏହା ଗୋଟେ ଭଲ ନିୟମ ଏଟେ କି? ଏହି ନିୟମ ଦ୍ୱାରା ଟିମ ଇଣ୍ଡିଆ ର କିଛି ଉପକାର ହବ?

Leave a Reply