ବାବାଙ୍କ ଅଲୌକିକ ଶକ୍ତି ବିଷୟରେ ନିଶ୍ଚୟ ଜାଣନ୍ତୁ ଏବଂ ପୋଷ୍ଟକୁ ସେୟାର କରନ୍ତୁ

ଶ୍ରୀ ଶିରିଡି ସାଇବାବାଙ୍କୁ ଭକ୍ତ ମାନେ ବାବା ବୋଲି ସମ୍ବୋଧନ କରନ୍ତି ଯାହା ଅର୍ଥ “ବାପା” ବା “ପିତା”। ବାବା ସମସ୍ତଙ୍କୁ ପ୍ରେମ, ଭକ୍ତି ର ମାର୍ଗ ଦେଖାଉଥିଲେ ଏବଂ ବାବା ଲୋକମାନଙ୍କୁ ଭ୍ରାତୃତ୍ବର ପାଠ ପଢେଇଥିଲେ ତଥା ସର୍ବଦା ଶ୍ରଦ୍ଧା (ବିଶ୍ବାସ) ଓ ସବୁରୀ (ଧୈର୍ଯ୍ୟ) ଅନୁସରଣ କରିବାକୁ ଉପଦେଶ ଦେଉଥିଲେ। ବାବା ସର୍ବଦା ଜାତି, ଧର୍ମ, ବର୍ଣ୍ଣ, ଭାଷା ଆଦି ଆଧାରରେ କାହାରି ପ୍ରତି ଭେଦଭାବ ରଖି ନଥିଲେ। ବାବା ପ୍ରାୟତଃ ଏକ ନିମ୍ବ ଗଛ ତଳେ ବସୁଥିଲେ ଯାହାକୁ କି ସେ ନିଜ ଗୁରୁଙ୍କ ସ୍ଥାନ ବୋଲି କହୁଥିଲେ ଏବଂ ଏବେ ଏହା “ଗୁରୁସ୍ଥାନ” ଭାବାରେ ମଧ୍ୟ ପରିଚିତ ଅଟେ। ଶ୍ରୀ ଶିରିଡି ସାଇବାବା ଭାରତର ଜଣେ ପ୍ରଖ୍ୟାତ ସନ୍ଥ ଥିଲେ। ବାବା ମହାରାଷ୍ଟ୍ରର ଗୋଦାବରୀ ନଦୀ କୂଳରେ ଏକ ଛୋଟିଆ ଗ୍ରାମରେ ବାସ କରୁଥିଲେ ଯାହାର ନାମ ଶିରିଡି ଅଟେ।

ବାବା ନିଜ ଜୀବନକାଳରେ ଅନେକ ଚମତ୍କାର କରିଥିଲେ ଯେପରିକି ବାତ୍ୟାକୁ ଅଟକେଇବା,ରୋଗୀଙ୍କ ରୋଗ ଦୂର କରିବା,ପାଣି ରେ ଦୀପ ଜଳେଇବା, ଏବଂ ଭବିଷ୍ୟ ବାଣୀ କରିବା ଏପରି ବହୁତ ଚମତ୍କାର ମଧ୍ୟ କରିଥିଲେ ବାବା ଏବଂ ଦୀପ ଜଳେଇବାକୁ ଖୁବ୍‌ ଭଲ ପାଉଥିଲେ ତେଣୁ ସେ ରାମ ନବମୀ, ଜନ୍ମାଷ୍ଟମୀ, ଦୀପାବଳୀ ଆଦି ପର୍ବ ପର୍ବାଣୀ ମାନ ପାଳନ କରୁଥିଲେ।

ସର୍ବଦା ବାବାଙ୍କୁ ସ୍ମରଣ କଲେ ବଂଚିବାର ରାହା ଅବଶ୍ୟ ମିଳେ ଏବଂ ଅନ୍ଧକାରକୁ ସେ ଦିଅନ୍ତି ଆଡେଇ ଆଲୋକାଭିମୁଖୀ କରନ୍ତି ସେ ସାଇ। ଶିରିଡି ରେ ତାଙ୍କର ସମାଧି ମନ୍ଦିର କୁ ପ୍ରତ୍ୟହ ଲକ୍ଷ ଲଷ ଶ୍ରଦ୍ଧାଳୁ ଯାଉଛନ୍ତି ଏବଂ ଭକ୍ତଙ୍କ ମନବାଞ୍ଛା ମଧ୍ୟ ପୂରଣ କରୁଛନ୍ତି। ଗୁରୁ ସିଏ ମୋର ଜଗତ ଇଶ୍ୱର ତାଙ୍କ ପାଦ ତଳେ ମୋର ନମସ୍କାର।

Leave a Reply