ଶିବ ଓ ଶନି ପୂଜାର ସଂଯୋଗ ବର୍ଷରେ ତୃତୀୟ ଏବଂ ଶେଷ ଥର ପାଇଁ ଶନି ପ୍ରବେଶ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାର୍ତିକ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ବା ଶନିବାର ଦିନ ଶନି ପ୍ରଦୋଷ ର ସଂଯୋଗ ହେବା ଫଳରେ ଏହି ଦିନ ଶନି ପ୍ରଦୋଷ ବ୍ରତ ରଖି ଶିବଙ୍କୁ ପୂଜା କଲେ ସାଢ଼େସାତି ଶେଷ ହେବା ସହ ସେମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରି ଯିବ। ଏହାପରେ ମାର୍ଚ୍ଚ ୨୦୨୦ ମସିହାରେ ଏପରି ସଂଯୋଗ ପୁଣି ହେବ ଏବଂ ୨୦୨୦ ରେ ୫ ଥର ଶନି ପ୍ରଦୋଷ ର ଯୋଗ ରହିଛି। ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ବ୍ୟକ୍ତିଙ୍କ ଶେଷ ହେଉଛି ଶନି ସାଢ଼େସାତି ।

ସିଂହ ଓ କନ୍ୟା ରାଶିର ବ୍ୟକ୍ତିଙ୍କ ସାଢ଼େସାତି ଶେଷ ହେବାକୁ ଯାଉଥିବା ବେଳେ ଏହି ରାଶି ଜାତକଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରି ଯିବ। ଏହି ରାଶିଧାରୀ ବ୍ୟକ୍ତିମାନେ ଅନ୍ୟମାନଙ୍କଠାରୁ ସ୍ନେହ ଓ ଶ୍ରଦ୍ଧା ପାଇବା ସହ ସମାଜରେ ସେମାନଙ୍କର ମାନ ସମ୍ମାନ ବୃଦ୍ଧି ହେବ। ଏହି ରାଶିର ବ୍ୟକ୍ତିଙ୍କ ପାରିବାରିକ ସମସ୍ୟା ଦୂର ହୋଇଯିବ।

ବିଛା ଓ ବୃଷ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ। ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯିବ। ସେମାନଙ୍କ ପାରିବାରିକ ଓ ଦାମ୍ପତ୍ୟ ଜୀବନ ମଧ୍ୟ ଖୁସିରେ ଅତିବାହିତ ହେବ। ଫଳରେ ବିଛା ଓ ବୃଷ ରାଶିର ବ୍ୟକ୍ତିଙ୍କ ସାଢ଼େସାତି ଶେଷ ହୋଇଯିବ। ଏହି ଦୁଇଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ଶୁଭ ଦୃଷ୍ଟି ରହିବ।

ମିଥୁନ ଓ କୁମ୍ଭ ରାଶି ଏହି ରାଶିର ବ୍ୟକ୍ତିଙ୍କର ସାଢ଼େସାତି ଶେଷ ହୋଇଯିବ। ଏମାନଙ୍କ କୁଣ୍ଡଳୀ ଉପରେ ଶନିଦେବଙ୍କ ଶୁଭ ଦୃଷ୍ଟି ରହିବ। ମିଥୁନ ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ଶୁଖ ଓ ଶାନ୍ତି ଭରି ଯିବ। ଛାତ୍ର ଓ ଛାତ୍ରୀଙ୍କ କ୍ୟାରିୟରରେ ମଧ୍ୟ ଉନ୍ନତି ପରଲକ୍ଷିତ ହେବ। ପାରିବାରିକ ଓ ଦାମ୍ପତ୍ୟ ଜୀବନରେ କୌଣସି ସମସ୍ୟା ଆଉ ରହିବ ନାହିଁ। ଏହି ରାଶିର ବ୍ୟକ୍ତିମାନଙ୍କର ଆର୍ଥିକସ୍ଥିତି ବଦଳି ଯିବ।