ଫିଲ୍ମ ପାନିପଥ ରେ ଅର୍ଜୁନ କପୁରଙ୍କ ଉପରେ ଭାରି ପଡିଲେ ସଞ୍ଜୟ ଦତ୍ତ ହେଲେ ଅଭଯୋଗ ଆଣିଲେ ଏହି ଦେଶର ଅଧିକାରୀ

ଆଶୁତୋଷ ଗୌରିକୋରଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମ ୬ ଡିସେମ୍ବରରେ ରିଲିଜ ହେବ ୧୭୬୧ର ତୃତୀୟ ପାନିପଥ ଯୁଦ୍ଧର ଉପରେ ଆଧାରିତ ଫିଲ୍ମ କୁ ନେଇ ଆଫଗାନିସ୍ତାନ ବାଣିଜ୍ୟ ଦୂତାବାସର ଅଧିକାରୀ ନସୀମ ଶରିଫଏହି ଘଟଣାରେ ଟ୍ବିଟ୍ କରିଥିଲେ। ସଦାଶିବ ଭାଓ ପୈସବା ଓ ଅହମ୍ମଦ ଶାହ ଅବଦୁଲୀଙ୍କ ମଧ୍ୟରେ ତୃତୀୟ ପାନୀପଥର ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧ ଉପରେ ନିର୍ମିତ ଫିଲ୍ମରେ ଅହମ୍ମଦ ଶାହ ଅବ୍‌ଦୁଲୀ ଚରିତ୍ର କୁ ଅପମାନ କରଯାଉଥିବା ନେଇ ସୋସିଆଲ ମିଡିଆରେ ଆଲୋଚନା ଆରମ୍ବ ହୋଇଛି ।

ଏହି ଫିଲ୍ମରେ ଅହମ୍ମଦ ଶାହ ଅବ୍‌ଦୁଲୀ ଙ୍କ ଚରିତ୍ର ସଂଜୟ ଦତ୍ତ କରୁଥିବା ବେଳେ ଅର୍ଜୁନ କପୁର ସଦାଶିବ ରାଓର ଭୂମିକାରେ ଅଭିନୟ କରୁଛନ୍ତି । ଅଭିନେତ୍ରୀ କ୍ରିତ୍ତି ସାନନ ତାଙ୍କ ପତ୍ନୀ ପାର୍ବତୀ ବାଇର ଭୂମିକାରେ ସାମ୍ନାକୁ ଆସିବେ। ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଆଫଗାନିସ୍ତାନର ସୋସିଆଲ ମିଡିଆରେ ସଂଜୟ ଦତ୍ତଙ୍କ ଅଭିନୟକୁ ଫିଲ୍ମରେ ଅହମ୍ମଦ ଶାହ ବାବାଙ୍କ ଚରିତ୍ରକୁ ଅପମାନ କରାଯାଉଛି ବୋଲି ଅଭିଯୋଗ ହେଉଛି ।

ନସୀମ ଶରିଫଏହି ଘଟଣାରେ ଟ୍ବିଟ୍ କରିଥିଲେ କି ସଂଜୟ ଦତ୍ତ ତାଙ୍କୁ ଭରସା ଦେଇଛନ୍ତିଯେ ଫିଲ୍ମରେ ଯଦି କୌଣସି ଅହମ୍ମଦ ଶାହଙ୍କ ଚରିତ୍ରରେ କୌଣସି ବି ଭୁଲ ରହିଥାନ୍ତା , ତେବେ ସେ ଏହି ଫିଲ୍ମ କରିନଥାନ୍ତେ । ଅହମ୍ମଦ ଶାହ ଅବଦୁଲୀ ନୂଆ ଆଫଗାନିସ୍ତାନ ନିର୍ମାତା ବୋଲି ମାନାଯାଏ ଏବଂ ତାଙ୍କୁ ସେଠାରେ ବାବା ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏହି ଚଳଚିତ୍ର ରିଳିଜ଼ ହେବା ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ।

Leave a Reply