ବଲିଉଡ ଜଗତର ଏଭଳି ଚର୍ଚିତ ଚେହେରା ଙ୍କ ବିଷୟରେ ଆପଣ ହୁଏତ ଆପଣ ଜାଣିନଥିବେ । ଆଜି ବଲିଉଡ ର ଏଭଳି ଏକ ଅଭିନେତା ଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ନାମ କମଲ ସାଦନା ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ କାଜୋଲ ତାଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି । ପ୍ରଥମ ହିରୋ ଭାବରେ କାଜୋଲ ତାଙ୍କ ସହ ଡେବ୍ୟୁ ଆକରିଥିଲେ। ଏବଂ ଅଭିନେତା କମଳ ସାଦନା ଏହା ସହ ସେ ବହୁ ଫିଲ୍ମ ମଧ୍ୟ କରିଥିଲେ । ତାଙ୍କ ଜୀବନରେ ଏଭଳି ଭୟାନକ ଘଟଣା ଘଟିଥିଲା ଯେ ଫିଲ୍ମ ଜଗତରେ କାମ କରିବାକୁ ଆସିଥିବା ଏହି ଅଭିନେତା ନିଜେ ଏକ ଫିଲ୍ମ ହୋଇ ରହିଯାଇଥିଲେ ।

ବଲିଉଡ ରେ ଜଣେ ଟପ କ୍ଲାସ ହିରୋ ହେବାକୁ ସ୍ବପ୍ନ ଦେଖୁ ଥିବା ଏହି ଏହି ଅଭିନେତା ଜାଣିନଥିଲେ ଯେ ତାଙ୍କ ଜୀବନରେ ଏକ ଭିଲେନ ଏଣ୍ଟ୍ରି ହୋଇଯାଇଛି ବୋଲି । ବହୁତ କାମ ବୟସରେ ଏତେ କଷ୍ଟ ସହିବାକୁ ପଡିଥିଲା ତାଙ୍କୁ । ପ୍ରକୁତରେ ଘଟଣା ଏହା ଥିଲା ଯେ ତାଙ୍କ ଜନ୍ମ ଦିନରେ ତାଙ୍କ ବାପା ନିଜ ଝିଅ ନମ୍ରତା ଏବଂ ସ୍ତ୍ରୀ ସଇଦା ଖାନ ଙ୍କୁ ହଠାତ ଗୁଳି କରି ମାରିଦେଇଥିଲେ ଏବଂ କମଲ ସାଦନାଙ୍କୁ ମଧ୍ୟ ଗୁଳି କରିବାକୁ ଚେଷ୍ଟା କରିଥିଲେ ବାପା କିନ୍ତୁ ସାଦନା ସେଠାରୁ ଖସିଯାଇଥିଲେ କିନ୍ତୁ ପରେ ବାପା ମଧ୍ୟ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିଲେ ।

ବଲିଉଡରେ ହିରୋ ହେବା ତାଙ୍କ ସ୍ବପ୍ନ ଥିଲା କିନ୍ତୁ ଏହି ଘଟଣା ସମ୍ପୂର୍ଣ ତାଙ୍କ ଜୀବନ ବଦଳେଇଦେଇଥିଲା କିନ୍ତୁ ସେ ଚେଷ୍ଟା ଜାରିରଖିଥିଲେ ଏବଂ ବର୍ତମାନ ବଲିଉଡ ଜଗତରେ ନିର୍ଦେଶକ ଭାବରେ କାମ କରୁଛନ୍ତି କମଳ। ହେଲେ କିନ୍ତୁ ତାଙ୍କ ବାପା ୨୧ ଅକ୍ଟୋବର ୧୯୯୦ ତାଙ୍କ ଜନ୍ମ ଦିନରେ ଏଭଳି କାହିଁକି କରିଥିଲେ ତାହା ଏବେ ବି ତାଙ୍କୁ ଅଜଣା ବୋଲି କହିଛନ୍ତି କମଳ ।