ରାତିରେ ଯଦି ଆପଣ ସ୍ବପ୍ନରେ ବାପା-ମାଙ୍କୁ ଦେଖୁଛନ୍ତି, ତେବେ ଏହାର ଅର୍ଥ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରାୟତଃ ସ୍ବପ୍ନରେ ଆମେ ସେହି ଜିନିଷ ଦେଖିଥାଉ ଯାହା ବିଷୟରେ ଆମେ ଅଧିକ ଚିନ୍ତା କରିଥାଉ କିନ୍ତୁ ଅନେକଥର ସ୍ବପ୍ନ ଅଲଗା ରହିଥାଏ । ଏହା ଜରୁରୀ ନୁହେଁ କି, ଆମେ ଯାହା ଭାବୁଛେ ଓ କରୁଛେ ତାହା ଆମର ସ୍ବପ୍ନରେ ଆସି ସ୍ବପ୍ନ ହୋଇ ଦେଖାଯିବ । ଏମିତିବି ବହୁ ସ୍ବପ୍ନ ସତ ହୁଏନି କିନ୍ତୁ କିଛି ସ୍ବପ୍ନ ଏଭଳି ରହିଥାଏ, ଯାହାର ଅର୍ଥ ଖୁବ୍ ଉପଯୋଗୀ ବୋଲି କୁହାଯାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ବହୁତ ସ୍ବପ୍ନ ରହିଛି ଯାହାର ଖୁବ୍ ଉପଯୋଗୀ କାରଣ ଅଛି । ଯଦି ଆପଣ ସ୍ବପ୍ନରେ ମା-ବାପାଙ୍କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଖୁବ୍ ଭଲ ହେବାକୁ ଯାଉଛି । ଯଦି ଆପଣ ସ୍ବପ୍ନରେ ଅଧିକାଂଶ ସମୟ ମା’ଙ୍କୁ ଦେଖୁଛନ୍ତି ତେବେ​‌ ଜାଣିନିଅନ୍ତୁ କି, ମା ଲକ୍ଷ୍ମୀଙ୍କ କୃପା ଖୁବ୍ ଶୀଘ୍ର ଆପଣଙ୍କୁ ମିଳିବାକୁ ଯାଉଛି ।

ଯଦି କୌଣସି ମହିଳା ସ୍ବପ୍ନରେ ତାଙ୍କ ବାପାଙ୍କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି କି ତାଙ୍କ ସହିତ ତାଙ୍କ ବାପାଙ୍କର ସୁରକ୍ଷା ରହିଛି ଓ ତାଙ୍କ ବାପା ତାଙ୍କର ଯତ୍ନ ନେବେ । ତେଣୁ ତାଙ୍କୁ କୌଣସି ପ୍ରକାର ଚିନ୍ତା କରିବା ଅନୁଚିତ ।

Leave a Reply