ସ୍କୁଲ, କଲେଜ, ଅଫିସ୍, କୌଣସି ପାର୍ଟି ଏବଂ କୌଣସି ଜରୁରୀ ମିଟିଙ୍ଗକୁ ଯିବାର ଥିଲେ ବର୍ଷାରେ ଓଦା ହୋଇ ଯିବାକୁ ଅଧିକାଂଶ ଲୋକଙ୍କୁ ବହୁତ ମଜା ଲାଗିଥାଏ । ବର୍ଷା ପାଣି ଆପଣଙ୍କ ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସହିତ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବର୍ଷା ପାଣି ଦ୍ବାରା ହେଉଥିବା ଲାଭ ବିଷୟରେ ….

୧. ବର୍ଷା ପାଣି ଯେକୌଣସି ପାତ୍ରରେ ଏକାଠି କରି ଏହି ପାଣିରେ କେଶକୁ ଧୋଇଲେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଦ୍ବାରା ଆପଣଙ୍କ କେଶ ଅତ୍ୟନ୍ତ ମୁଲାୟମ ଏବଂ ଆକର୍ଷଣୀୟ ଦେଖାଯିବ ।

୨. ବର୍ଷା ପାଣିରେ ଗାଧୋଇଲେ ଏହା ଆପଣଙ୍କ ତ୍ବଚାକୁ ପରିଷ୍କାର କରିଥାଏ ।

୩. ଏହି ପାଣିକୁ କୌଣସି ସଫା ପାତ୍ର କିମ୍ବା ବୋତଲରେ ଭର୍ତ୍ତି କରି ରଖନ୍ତୁ ଏବଂ ଶୋଇବା ପୂର୍ବରୁ ନିଜ ତ୍ବଚାରେ ଏହି ପାଣିକୁ ଲଗାଇ ତ୍ବଚାକୁ ସଫା କରନ୍ତୁ । କିଛି ଦିନରେ ଆପଣଙ୍କ ତ୍ବଚା ଦାଗହୀନ ଏବଂ ମୁଲାୟମ ହୋଇଯିବ ।

୪. ସକାଳୁ ଉଠି ଏହି ପାଣିରେ ତ୍ବଚା ଧୋଇଲେ ତ୍ବଚାର ରଙ୍ଗ ମଧ୍ୟ ଗୋରା ହୋଇଥାଏ ଏବଂ ତ୍ବଚାରେ ଥିବା ଦାଗ, ଚିହ୍ନ ଦୂର ହୋଇଯାଇଥାଏ । ଏହି ପାଣିକୁ ଆପଣ ପେଡିକିଓର କରିବା ପାଇଁ ମଧ୍ୟ ବ୍ୟବହାର କରି ପାରିବେ । ଏହା ପ୍ରକୃତରେ କମାଲ କରିଥାଏ ।